Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଚାନ୍ଦା ଆଦାୟକୁ ନେଇ ତାରିଣୀଗଡା ରାମଚଣ୍ଡୀ କଲୋନୀବାସୀଙ୍କ ସାମ୍ବାଦିକ ସମ୍ମିଳନୀ ।

pragyansila bureau | 31 Aug 2025 | 6 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ତାରିଣୀଗଡା ରେ ଗଣେଶ ପୂଜା ଚାନ୍ଦା ଆଦାୟ କୁ ନେଇ ବିବାଦ କୁହୁଳିବାରେ ଲାଗିଛି । ଆଜି ତାରିଣୀଗଡା ର ରାମଚଣ୍ଡୀ କଲୋନୀ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଚାନ୍ଦା ଆଦାୟ କୁ ନେଇ ସ୍ପଷ୍ଟିକରଣ ଦିଆଯାଇଛି । ଯେଉଁମାନେ ନୂଆ ଜାଗା କିଣି ବାଲି ପୋତି ଘର କରୁଛନ୍ତି, ସେମାନଙ୍କ ଠାରୁ ଆମ କଲୋନୀ କମିଟି ଡିସିମିଲି ପିଛା ୧୦୦୦ ଟଙ୍କା ଆଦାୟ ହୁଏ। କାରଣ ଉକ୍ତ ରାସ୍ତାକୁ ସରକାର ବା ମ୍ୟୁନିସିପାଲଟି କରିନଥାଏ , ଏହାକୁ ଆମେ ବାଲି ପକାଇ ରାସ୍ତା କାର୍ଯ୍ୟ କରିଥାଉ। ହାଇଓ୍ବା ଯିବା ଆସିବା କରିବା ଦ୍ବାରା ରାସ୍ତା କ୍ଷତିଗ୍ରସ୍ତ ହୁଏ ଏବଂ ସେହି ଟଙ୍କାରେ ଏହାକୁ ମରାମତି କରାଯିବା ସହିତ ଅବଶିଷ୍ଟ ଟଙ୍କା ଗ୍ରାମଦେବତୀ ମା ରାମଚଣ୍ଡୀ ମଠରେ ଖର୍ଚ୍ଚ ହୁଏ । ଯାହାର ସମସ୍ତ ହିସାବ ରହିଛି ଏବଂ ଟଙ୍କା ଦେଉଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଆମର କମିଟି ରେ ସଦସ୍ୟ ହୋଇଥାନ୍ତି। କିନ୍ତୁ ଗଣେଶ ପୂଜା ନାମରେ ପାରାଦ୍ଵୀପ ତାରିଣୀଗଡା ର କିଛି ଯୁବକ ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ହ‌ଇରାଣ କରିବା ସହିତ ଧମକ ଦେଉଛନ୍ତି। ଜଣେ ୮୦ ବର୍ଷିୟ ବୃଦ୍ଧାଙ୍କୁ ଧମକ ଦେଉଥିବା ବେଳେ ଏହାକୁ ବିରୋଧ ଆମ ପଡ଼ାର ଜଣେ ଯୁବକ ଏହାକୁ ପ୍ରତିବାଦ କରିବାରୁ ଆକ୍ରୋଶ ମୂଳକ ଭାବେ ତାଙ୍କୁ ଫସାଇବାକୁ ମିଛ ଏତଲା ଦେଇ ଆମକୁ ବଦନାମ କରାଯାଉଛି । ଦୋକାନୀ ମାନଙ୍କୁ ଦେଇଥିବା ରସିଦରେ କାହାକୁ ୧୫୦୦ ତ କାହାକୁ ଜବରଦସ୍ତି ୫୦୦୦ ଟଙ୍କା ଦେବାକୁ ରସିଦ ଦିଆଯାଇଥିବା ରାମଚଣ୍ଡୀ ପଡା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।