Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବେଆଇନ ଭାବେ ଚାଲିଛି ଚୋରା ବାଲି ଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା ।

pragyansila bureau | 31 Aug 2025 | 5 min read | 4 views

ନାଉଗାଁ ( ପି.ଏନ. ଏସ ) : ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ, ସବୁ ଦେଖି ଚୁପ ହୋଇ ବସି ରହିଛି ପ୍ରଶାସନ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧିନ ବଛାଳ ପଞ୍ଚାୟତ ର ପାଳେନ୍ଦୀ ବାଲି ସୌରତ ରୁ l ଦୀର୍ଘ ଦିନ ଧରି ବେଆଇନ ଭାବେ ଟ୍ରାକ୍ଟର ଯୋଗେ ଏହି ସୌରତ ରୁ ଉଠି ଚାଲିଛି ଟ୍ରିପ ଟ୍ରିପ ବାଲି । ଯାହାକୁ ନେଇ ଅନ୍ତପୁରା ନଦୀ ବନ୍ଧ ନିକଟରୁ ଆରମ୍ବ ହୋଇ ବଛାଳ ପର୍ଯ୍ୟନ୍ତ ଏବେ ସମ୍ପୂର୍ଣ ଅସୁରକ୍ଷିତ ପାଲଟିଛି ଦେବୀ ନଦୀବନ୍ଧ, ନଦୀ ରେ ବନ୍ୟାଜଳ ପ୍ରଭାବିତ ହେଲେ ଏହି ନଦୀ ବନ୍ଧ କେତେ ସୁରକ୍ଷିତ ରହିବ ତାହା ଏବେ ସାଧାରଣ ରେ ଚିନ୍ତା ର ବିଷୟ ପାଲଟିଛି l ସୂଚନା ମୁତାବକ ବର୍ଷା ଦିନ ଆରମ୍ଭ ପୂର୍ବରୁ ନଦୀ ବନ୍ଧ ର ସୁରକ୍ଷା କୁ ଦୃଷ୍ଟି ରେ ରଖି ଲଘୁ ଖଣିଜ ନିର୍ଦେଶାଳୟ ପକ୍ଷରୁ ବାଲି ଉତ୍ତୋଳନ କୁ ବନ୍ଦ କରାଯାଇ ଥିବା ବେଳେ, ଏହାକୁ ଖାତିର ନକରି ବାଲି ସୌରତ ମାନଙ୍କୁ ରୁ ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି ବାଲି ମାଫିଆ l ହେଲେ ପ୍ରଶାସନ ସବୁ ଦେଖି କଣ ପାଇଁ ନିରବଦ୍ରଷ୍ଟା ସାଜିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏହି ବାଲିଚୋରା ଚାଲାଣ ରେ ପୋଲିସ ପ୍ରଶାସନ ଓ ଜିଲ୍ଲା ଲଘୁ ଖଣିଜ ଅଧିକାରୀ ଙ୍କ ଜାଣତରେ ବାଲି ଉତ୍ତୋଳନ କରାଯାଉ ଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।