ବିଦ୍ୟାଳୟରେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ।
pragyansila bureau | 23 Aug 2025 | 4 min read | 4 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣି ଗାଁ ସ୍ଥିତ ବଟ ବିହାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ ଆଇନ ସାକ୍ଷରତା କ୍ଲବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ ଆଇନ ସେବା ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟରେ ଆଇନ ସାକ୍ଷରତା କ୍ଲବ କିପରି କାର୍ଯ୍ୟ କରିଥାଏ ଏବଂ ବିଦ୍ୟାର୍ଥୀଙ୍କ ଜରିଆରେ ତୃଣ ମୂଳ ସ୍ତରରେ କିପରି ଆଇନ ସାକ୍ଷରତା ସୃଷ୍ଟି କରିହେବ ଏହି ବିଷୟରେ ଆଲୋଚନା କରିବା ସହ କର୍ମ କ୍ଷେତ୍ରରେ ନାରୀ ମାନଙ୍କ ସହ ଘଟୁଥିବା ଯୌନ ନିର୍ଯାତନାକୁ କିପରି ରୋକି ହେବ ଏହି ବିଷୟରେ ସଚିବ ବିସ୍ତୃତ ଭାବେ ସଚେତନ କରାଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
