Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ

Bureau report | 06 Jun 2025 | 4 min read | 8 views

ନାଉଗାଁ ( ପି.ଏନ. ଏସ ) : ସର୍ଟ ସର୍କିଟ ରୁ ଭୟାଭୟ ଅଗ୍ନିକାଣ୍ଡ 24 ରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ ସହିତ ଗାଈ ଅର୍ଦ୍ଧ ଦଗ୍ଧ l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ନାଉଗାଁ ବ୍ଳକ ର ବଛାଳ ପଞ୍ଚାୟତ ର ଅଲଣା ଦୁଇ ଗ୍ରାମର l ତେବେ ଗତକାଲି ବିଳମ୍ବିତ ରାତ୍ର ସମୟରେ ଅଲଣା ଦୁଇ ଗ୍ରାମର ପିତ୍ତବାସ ପରିଡା ଙ୍କ ଘରେ ସର୍ଟ ସର୍କିଟ ଘଟି ଦୁଇ ବଖରା ଘରେ ଅଗ୍ନିକାଣ୍ଡ ଘଟିଥିଲା, ତେବେ ନିଆଁ ଜଳୁଥିବା ର ଦେଖି ସ୍ଥାନୀୟ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଥିଲ ମଧ୍ୟ ଘର ସମ୍ପୂର୍ଣ ପୋଡି ପାଉଁଶ ହେବା ସହିତ ଘର ଭିତରେ ଥିବା 24 ରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ ଓ ଗୋଟେ ଗାଈ ଅର୍ଦ୍ଧ ଦଗ୍ଧ ଏବଂ ଅନ୍ୟାନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇ ଥିବା ର ଦେଖା ଯାଇଛି l ଅନ୍ୟପଟେ ପିତ୍ତବାସ ଜଣେ ଗରିବ ଶ୍ରେଣୀ ରେ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ଦାବୀ କରିଛନ୍ତି l