ମଦ୍ୟପ ଯୁବକର ଉନ୍ମୁକ୍ତ କାଣ୍ଡ, ଗଛରେ ପିଟିଲା ଟ୍ରକ ବର୍ତ୍ତିଗଲେ ମହିଳା ।
pragyansila bureau | 22 Aug 2025 | 7 min read | 4 views
ତିର୍ତ୍ତୋଲ ( ପି.ଏନ. ଏସ ) : ରାସ୍ତା ରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ।
ମହିଳାଙ୍କୁ ମାରିବା ଉଦ୍ୟମ ବେଳେ ଗଛରେ ପିଟିଲା ଟ୍ରକ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଏରସମା ରାସ୍ତାର ବଡିଲୋ ଛକ ନିକଟରେ ସେଇ ଗାଁ ର ମଦ୍ୟପ ଯୁବକ ଶିବ ପ୍ରସାଦ ନାୟକ ପାଖ ପଡ଼ୋଶୀ ମୀନତି ସାହୁ ନାମକ ମହିଳା ଙ୍କ ଦୋକାନ ର ଥଣ୍ଡା ବୋତଲ ବିଳମ୍ବିତ ରାତିରେ ଭାଙ୍ଗିବା ସହିତ ସକାଳୁ ତାଙ୍କୁ ଟ୍ରକ ଚଢ଼େଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ ଘର ଆଗରେ ଥିବା ନଡ଼ିଆ ଗଛରେ ଟ୍ରକ ଟି ପିଟିଦେଇଥିଲା ମଦ୍ୟପ ଯୁବକ ଶିବ ପ୍ରସାଦ ନାୟକ। ଏହାପରେ ଘଟଣାସ୍ଥଳରେ ସମସ୍ତ ଙ୍କୁ ମାରିବାକୁ ଗୋଡାଉଥିବାର ଚିତ୍ର ସିସିଟିଭି ରେ ଦେଖିବାକୁ ମିଳିଛି । ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ମରଣାସ୍ତ୍ର ଧରି ଗ୍ରାମବାସୀ ଙ୍କୁ ଗୋଡ଼ାଇ ଥିଲା ମଦ୍ୟପ ଯୁବକ । ଏପରିକି ନିକଟସ୍ଥ ଜଣେ ଝାଲ୍ ମଟର ବିକୁଥିବା ଲୋକଙ୍କୁ ମାଡ଼ମାରି ହାତ ଭାଙ୍ଗିବା ପରେ ରାତିଯାକ ତୁମ୍ବୀ ତୋଫାନ କରିଥିଲା ମଦ୍ୟପ ଯୁବକ । ସ୍ଥାନୀୟ ଲୋକେ ଥାନାକୁ ଫୋନ କରିଥିବା ବେଳେ ପୁଲିସ ଆସିବା ବିଳମ୍ବ ହେବାରୁ ମହିଳା ମାନେ ମଣିଜଙ୍ଗା ଏରସମା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ରାସ୍ତାରୋକ ହେବା ପରେ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାଗ୍ରସ୍ତ ଅବସ୍ଥାରେ ଯୁବକକୁ ଗିରଫ କରିଛି । ଯୁବକ ଜଣକ ପାରାଦ୍ଵୀପ ରେ ରିଫାଇନାରି ଟ୍ରକ ଚଳାଉଥିବା ଜଣାପଡିଛି । ରିଫାଇନ ତେଲ ବୋଝଇ ଟ୍ରକ ଟି କେଉଁ ମାଲିକ ଦେଇଛି କି ଟ୍ରକ ଟି କାହାଠାରୁ ଜୋର ଜବରଦସ୍ତ ଉଠାଇ ଆଣିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଟ୍ରକ ଟିକୁ ସିଜ୍ କରିଛି । କେବଳ ଏହି କି ନୁହେଁ ସେହି ଯୁବକ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ସଙ୍ଗିନ୍ ମାମଲା ରହିଥିବା ଜଣାପଡିଛି ।