ମହାବିଦ୍ୟାଳୟ ଫାଟକରେ ଲାଗିଲା ବିବାଦୀୟ ପୋଷ୍ଟର ।
pragyansila bureau | 22 Aug 2025 | 6 min read | 4 views
ତିର୍ତ୍ତୋଲ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆଦିକବି ଶାରଳା ଦାସ କଲେଜ ଗେଟ୍ ସମ୍ମୁଖରେ ଲାଗିଲା ବିବାଦୀୟ ପୋଷ୍ଟର । କେହି ଅଜଣା ବ୍ୟକ୍ତି ଏହି ଜରୁରୀ ସୂଚନା କରି ଏକ ପୋଷ୍ଟର ଲଗାଇଥିବା ଜଣା ପଡିଛି । ପୋଷ୍ଟର ରେ ଲେଖା ଅଛି ପୂର୍ବ ସରକାର ସମୟରେ ଗଭର୍ଣ୍ଣିଙ୍ଗ୍ ବଡି ଗଢା ଯାଇଛି । ଗଭର୍ଣ୍ଣିଙ୍ଗ୍ ବଡି ଅନୁସାରେ କଲେଜରେ ଅଧ୍ୟାପକ ଓ ଅଧ୍ୟାପିକା ଚୟନ କରି ନିଯୁକ୍ତି କରାଯାଇଥିଲା । ଯେହେତୁ ସେ ସମୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଯୁକ୍ତି ହୋଇଥିଲେ । ତେଣୁ ଆସନ୍ତା କଲେଜ ନିର୍ବାଚନରେ ଆମ ଦଳ ପାଇଁ କାମ କରିବେ। ଯାହାକୁ କୌଣସି ଛାତ୍ରଛାତ୍ରୀ ଓ କୌଣସି କର୍ମଚାରୀ ବିରୋଧ କରିବେ ନାହିଁ । ଅନ୍ୟଥା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଅସୁବିଧା କରାଯିବ। ଏହି ମହାବିଦ୍ୟାଳୟ ରେ ଯେତେ ଜଣ ଅଧ୍ୟାପକ ଏକ୍ସଟ୍ରା ଟାଇମରେ ଟିଉସନ କରୁଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଯଦି କୌଣସି ପିଲା ଟିଉସନ ଯାଆନ୍ତି । ଏଥର ଏମିତି ବ୍ୟବସ୍ଥା କରାଯାଇ ସେମାନଙ୍କୁ ହଇରାଣ କରାଯିବ ଯାହାର କେହି ଟେର ପାଇବେ ନାହିଁ ବୋଲି ପୋଷ୍ଟରେ ଏସମସ୍ତ ଲେଖା ଉଲ୍ଲେଖ ରହିଛି । ଏଥି ସହିତ ଭାଇ ଆମର ଚୁଟ୍ କି ମାରି ଡିସମିସ କରିଛନ୍ତି ବୋଲି ଉଲ୍ଲେଖ ରହିଛି । ଏହାପରେ ସେ ଝିଅ କଣ ଆଉ କୈଣସି ପିଲା ଜୀବନରେ କେବେବି ଭାବିବେନି କୋଣସି ସାର ଆମ ବିରୋଧରେ ଯିବା ପାଇଁ । ଆମ ସରକାର ପୁଣି ଫେରିବ..ଆମ ଭାଇ ପୁଣି କଲେଜରେ ରାଜ୍ କରିବେ ଅପେକ୍ଷା କର ବୋଲି ମଧ୍ୟ ଉଲ୍ଲେଖ ରହିଛି । ଏଭଳି ଘଟଣା ଘଟାଇଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ କଲେଜ ଅଧକ୍ଷା ଙ୍କ ପାଖରେ ଦାବି କରାଯାଇଛି ।
