Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଦ୍ୟାଳୟ ର ନୂତନ ଗୃହ ନିର୍ମାଣ କଲା ଇଣ୍ଡିଆନ ଅଏଲ ଆଦାନୀ ଭେଞ୍ଚର ।

pragyansila bureau | 21 Aug 2025 | 6 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଗଡ ପଞ୍ଚାୟତରେ ଥିବା ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଉନ୍ନତ ମାନର ଶିକ୍ଷ୍ୟା ପ୍ରଦାନ ପାଇଁ ପାରାଦୀପଗଡ ସ୍କୁଲ ରେ ଶ୍ରେଣୀ ଗୃହର ଆବଶ୍ୟକ‌ତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସିଏସଆର ଫଣ୍ଡ୍ ମାଧ୍ୟମରେ ପାଖାପାଖି ୫୫ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦରେ ନୂତନ କରି ଶ୍ରେଣୀଗୃହ ନିର୍ମାଣ କରିଛି ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ । କେବଳ ନୂତନ ଶ୍ରେଣୀ ଗୃହ ନୁହେଁ ପୂର୍ବରୁ ଏହି ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର, ଛାତ୍ରୀମାନଙ୍କ ପାଇଁ ପରିଶ୍ରାଗାର ସହିତ ପାଚେରୀ କାର୍ଯ୍ୟ ମଧ୍ୟ କରାଯାଇଥିଲା । ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ ର ସିଏସଆର ର ଏକ ସ୍ବତନ୍ତ୍ର ଟିମ ଶ୍ରୀମା ବିଦ୍ୟାଳୟକୁ ଆସି ଶିକ୍ଷା କୁ ଆଗକୁ ନେବା ପାଇଁ ଯାହା ଯାହା ଆବଶ୍ୟକ ତାହାର ଅନୁଧ୍ୟାନ କରିବା ପରେ ନୂତନ କରି ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପରେ ଶ୍ରେଣୀଗୃହକୁ ହସ୍ତାନ୍ତର କରିବା ଅବସରରେ ଏକ ସଭାକାଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଗଡ ପଂଚାୟତର ସରପଞ୍ଚ ଙ୍କ ସମେତ ଇଣ୍ଡିଆନ ଅଏଲ ଆଦାନୀ ଭେନଚର ର ଅଧିକାରୀ ମାନେ ଯୋଗ ଦେଇ ଶ୍ରେଣୀଗୃହକୁ ସ୍କୁଲ କୁ ହସ୍ତାନ୍ତର କରିଥିଲେ । ଆଗାମୀ ଦିନରେ ଏହି ସଂସ୍ଥା ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବଂ ସମାଜ ପାଇଁ ଯାହା ଯାହା ଆବଶ୍ୟକ ତାହା କରିବ ବୋଲି ଇଣ୍ଡିଆନ ଅଏଲ ଆଦାନୀ ଭେନଚର ପକ୍ଷରୁ କୁହାଯାଇଛି ।