ମୁଣ୍ଡାଳ ଛକ ପୋଲ ନିକଟରେ ଓଲଟିଲା ପିକଅପ ଭ୍ୟାନ ।
pragyansila bureau | 21 Aug 2025 | 4 min read | 5 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମୁଣ୍ଡାଳ ବଜାର ନିକଟରେ ଥିବା ଏକ ପୋଲ ନିକଟରେ ପିକଅପ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖାଯାଇଛି । ସୂଚନା ମୁତାବକ କଟକରୁ ଏକ ପିକଅପ ଭ୍ୟାନ୍ ସାର ଆଣି ନାଉଗାଁ ବ୍ଳକ ସ୍ଥିତ ଗଙ୍ଗଦା ବଜାରକୁ ଆସିଥିଲା । ସେଠାରେ ସାର ଖାଲି କରି ଡ୍ରାଇଭର ଜଣଙ୍କ ପ୍ରଚୁର ମଦ୍ୟପାନ କରି ବିଳମ୍ବିତ ରାତିରେ ପିକଅପ ଟିକୁ ନେଇ ନାଉଗାଁରୁ କଟକ ଅଭିମୁଖେ ଯାଉଥିବା ସମୟରେ ଭାରସମ୍ୟ ହରାଇ ମୁଣ୍ଡାଳ ପୋଲ ନିକଟରେ ଏକ ଜୋର ମଧ୍ୟକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଶାସକ୍ତ ଡ୍ରାଇଭର କୁ ଉଧାର କରିବା ସହିତ ନାଉଗାଁ ଥାନାକୁ ସୁଚନା ଦେଇଥିଲେ । ନାଉଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପକୁ ଜବତ୍ କରିବା ସହିତ ଡ୍ରାଇଭର କୁ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
