ବିଶାଖାପାଟଣାରୁ ଧରାହେଲେ ପୋଲିସ ବାବୁ ।
pragyansila bureau | 21 Aug 2025 | 7 min read | 6 views
ଜଗତସିଂହପୁର ( ପି.ଏନ. ଏସ ) : ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ, ଏସଆଇ ବାବୁଙ୍କୁ ଦୀର୍ଘ ଦିନ ଧରି ଗୋଡେଇ ଗୋଡେଇ ଶେଷରେ ବିଶାଖାପାଟଣାରେ ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ, ନାବାଳିକା କୁ ପ୍ରେମ ବିବାହ କରି ଦେଉଥିଲେ ନିର୍ଯାତନା ଆଉ ନାବାଳିକା ଆଇନର ଆଶ୍ରୟ ନେଲା ପରେ ନିଲମ୍ବିତ ହୋଇଥିଲେ ପୋଲିସ ଏସଆଇ । ଦୀର୍ଘ ଦିନ ହେଲାଣି ଓଡିଶାର ବିଭିନ୍ନ ଜିଲ୍ଲା ଏବଂ ଓଡିଶା ବାହାରେ ଅନ୍ୟ ରାଜ୍ୟରେ ଲୁଚି ଲୁଚି ବୁଲୁଥିଲେ | ପୋଲିସ ବାବୁଙ୍କୁ ଧରିବା ପାଇଁ ପୋଲିସ ବିଛାଇଲା ଜାଲ, ବାବୁଙ୍କୁ ଧରିବା ପାଇଁ ଗଠନ ହେଲା ସ୍ପେଶାଲ ସ୍କ୍ୱାର୍ଡ, ଶେଷରେ ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରାପଡ଼ିଲେ ପୋଲିସ ବାବୁ |
ଏନେଇ ଜଗତସିଂହପୁର ଏସପିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୋଲିସ SI ଅମିତ୍ ପାଢ଼ୀ ଙ୍କୁ ବିଶାଖାପାଟଣା ରୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସପି । ପୋଲିସ ଅଧିକାରୀ ଜଣକ ପୁରୀରେ ଟ୍ରେନିଙ୍ଗ ନେଉଥିଲେ। ନିଜର ନାବାଳିକା ପତ୍ନୀଙ୍କୁ ପୋଲିସ ଅଧିକାରୀ ଙ୍କ ପରିବାର ଲୋକେ ବିବାହ ପରେ ମାନସିକ ନିର୍ଯାତନା ଓ ଅତ୍ୟାଚାର ଦେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁରୀ ପୋଲିସ ଅମିତ୍ ପାଢ଼ୀ ଙ୍କୁ ନିଲମ୍ବିତ କରିଥିଲେ । ପରେ ପୋଲିସ ଅଧିକାରୀ ଜଣକ ଫେରାର ହେବା ସହିତ ନିଜର ଫୋନ ବନ୍ଦ କରି ରଖିଥିଲେ। ବିଭିନ୍ନ ରାଜ୍ୟ କୁ ଯାଇ ଲୁଚି ରହିଥିଲେ। ଗତକାଲି ତାଙ୍କୁ ବିଶାଖାପାଟଣା ରୁ ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିବାରେ ସଫଳ ହୋଇଛି । ଉକ୍ତ ଏସଆଇ ଉପରେ ବାଲ୍ୟବିବାହ, ବଳାତ୍କାର ଏବଂ ପୋକ୍ସୋ ଆକ୍ଟ ଭଳି ଅନେକ ସଙ୍ଗୀନ ଦଫା ଲଗାଯାଇଛି । ଆଜି ପୋଲିସ ବାବୁଙ୍କୁ ମେଡିକାଲ ଟେଷ୍ଟ କରାଯାଇ କୋର୍ଟ ପଠାଯିବ ବୋଲି ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି । ପୋଲିସ ଅଧିକାରୀ ଜଣକ ଜଗତସିଂହପୁର ଜିଲ୍ଲାର ଜଣେ ନାବାଳିକାଙ୍କୁ ଫେସବୁକ୍ ରେ ପରିଚୟ ପରେ ତାଙ୍କର ପରିବାର ଅଗୋଚର ରେ ବିବାହ କରିଥିଲେ ବୋଲି ଜଣାପଡିଛି ।