Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

"ମ୍ୟାଜିକ ଶୋ "ମାଧ୍ୟମରେ ଫସଲ ବୀମା ପାଇଁ ସଚେତନତା ।

pragyansila bureau | 14 Aug 2025 | 7 min read | 4 views

ନାଉଗାଁ ( ପି.ଏନ. ଏସ ) : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବସ୍ ଷ୍ଟାଣ୍ଡ ରେ ଏକ ସଚେତନତା ମ୍ୟାଜିକ ସୋ ଅନୁଷ୍ଠିତ ହୋଇ ଯାଇଛି । ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଦ୍ୱାରା ଆୟୋଜିତ ଉତ୍ସବରେ ଓଡିଶା ର ସୁପରିଚିତ ଯାଦୁକର ଶିବନାଥ ତାଙ୍କ ଯାଦୁକରୀ କଳା କୌଶଲ ମାଧ୍ୟମ ରେ ଫସଲ ବୀମା ର ସୁବିଧା ସୁଯୋଗ ବିଷୟରେ ସଚେତନତା କରିଥିଲେ । ପ୍ରାରମ୍ଭ ରେ ନାଉଗାଁ ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା ମହାପାତ୍ର, କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ର କ୍ଲଷ୍ଟର ମୁଖ୍ୟ ମୃତୁଞ୍ଜୟ ରାଉତ, ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଫସଲ ବୀମା ର ଈପଯୋଭତା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଗତ ବର୍ଷ ଡିସେମ୍ବର ମାସ ର ଅଦିନିଆ ବର୍ଷା ରେ ହୋଇଥିବା କ୍ଷୟ କ୍ଷତି ବାବଦ ରେ ଜଗତସିଂହପୁର ଜିଲ୍ଲା ରେ ନିଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ଦେଇଥିବା 24 ହଜାର ଚାଷୀ ଙ୍କୁ 4 କୋଟି 19 ଲକ୍ଷ ଟଙ୍କା କ୍ଷୟ କ୍ଷତି ପୂରଣ ବାବଦ ରେ ପ୍ରଦାନ କରାଯାଇ ଥିବା ନେଇ ସୂଚନା ଦେଇଥିଲେ । ଫସଲ ବୀମା ପଞ୍ଜିକରଣ ର ଶେଷ ତାରିଖ ପୂର୍ବ ରୁ ଅଧିକ ସଂଖ୍ୟକ ଚାଷୀ ନିକଟସ୍ଥ ଜନସେବା କେନ୍ଦ୍ର ରେ ପଞ୍ଜିକରଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ସଂଯୋଜକ ମୁର୍ଦୁଗୁଲ ଗଜବର୍ୟ, ରିସ୍କ ଟିମ ଜିଲ୍ଲା ସଂଯୋଜକ ନାଜିମ, କୃଷି କର୍ମଚାରୀ ବିଶ୍ୱଜିତ ପରିଡା, ମାମିନା ସେଠୀ, ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜକ ରେ ବ୍ଲକ ସଂଯୋଜକ ସୌମ୍ୟ ରଞ୍ଜନ ନିହାଣ,କବି ପ୍ରସାଦ ନାୟକ,ଚନ୍ଦନ ମହାରଣା, ପ୍ରାସନ୍ନ ବାରିକ, କନ୍ନେହୀ ବେହେରା, ଅକ୍ଷୟ ଭୋଳ ପ୍ରମୁଖ ସହଯୋଗ କରିଥିଲେ ।