ସେଲ୍ଫି ନେବା ଯୁବକଙ୍କ ପାଇଁ ହେଲା କାଳ
Bureau report | 06 Jun 2025 | 4 min read | 12 views
ନାଉଗାଁ ( ପି.ଏନ. ଏସ ) : ସେଲ୍ଫି ନେବା ଯୁବକ କୁ ହେଲା କାଳ, ଦେବୀ ନଦୀ ପୋଲ ରୁ ଖସି ପଡି ଯୁବକ ନିଖୋଜ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି l ସୂଚନା ମୁତାବକ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳ ର ବଛାଳ ପଞ୍ଚାୟତ ର ବଛାଳ ଗ୍ରାମର ଟୁକୁନା ଲେଙ୍କା ଙ୍କ 32 ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ଆଜି ଶିଖର ଦେବିନଦୀ ପୋଲ ଉପରେ ସେଲ୍ଫି ଉଠାଉ ଥିବା ସମୟରେ ନଦୀ ତଳକୁ ଖସି ପଡିଥିଲେ l ତେବେ ସ୍ଥାନୀୟ ଲୋକେ ଏହା ଦେଖି ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ଵରା ଖୋଜା ଖୋଜି ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଙ୍କ କୌଣସି ସନ୍ଧାନ ମିଳିପାରିନାହିଁ l ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ ଟିମ କୁ ଘଟଣା ସ୍ଥଳରେ ପହଂଚିବା ପାଇଁ ନିର୍ଦେଶ ଦେବାପରେ ଜଗତସିଂହପୁର ଓଡ୍ରାଫ ଟିମି ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ଦେଖାଯାଇଛି।
