Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଫୁଲ ବିକାଳୀ ବୃଦ୍ଧାଙ୍କୁ ଗଣେଷ ପୂଜା ଚାନ୍ଦା ଜୁଲମ ।

pragyansila bureau | 14 Aug 2025 | 6 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିନକୁ ୧୦୦ ଟଙ୍କାର ଫୁଲ ବିକ୍ରି କରୁଥିବା ଜଣେ ବୃଦ୍ଧା ଙ୍କୁ ଗଣେଶ ପୂଜା ପାଇଁ ୫ ହଜାର ଟଙ୍କା ର ଚାନ୍ଦା ଜୁଲମ । ଏଭଳି ଘଟଣା ଘଟିଛି ପାରାଦ୍ଵୀପ ଥାନା ଅଧିନ ବିଜୟଚନ୍ଦ୍ରପୁର ତାରିଣୀଗଡାରେ । ଚାନ୍ଦା ଜୁଲମ ର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ କିଛି ଯୁବକ ଜଣେ ବୃଦ୍ଧା ଙ୍କ ଫୁଲକୁ ଫୋପାଡି ଦେଉଥିବା ଏବଂ ଏହି ଘଟଣା କୁ ଦେଖି ବୃଦ୍ଧା ଜଣଙ୍କ ଠକ ଠକ ହୋଇ ଥରିବା ସହିତ ବେହୋସ୍ ହୋଇଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଘଟଣାଟି ଗତକାଲି ଘଟିଥିଲେ ମଧ୍ୟ ଆଜି ବୃଦ୍ଧା ଜଣଙ୍କ ପାରାଦ୍ଵୀପ ଆଦର୍ଶ ଥାନା ରେ ଏତଲା ଦେଇଛନ୍ତି । ପ୍ରତ୍ୟେକ ଦିନ ସେମାନେ କୁଜଙ୍ଗ ହସିଣା ଗ୍ରାମରୁ କିଛି ମହିଳା ତାରିଣୀଗଡାରେ ପରିବା ଓ ଫୁଲ ବିକ୍ରି କରନ୍ତି । ତେବେ ଗତକାଲି କିଛି ଯୁବକ ସେମାନଙ୍କୁ ୫ ହଜାର ଲେଖାଏଁ ଗଣେଶ ପୂଜା ଚାନ୍ଦା ଦେବାକୁ କହିଥିଲେ। ସେମାନେ ମନା କରିବାରୁ ମହିଳା ମାନଙ୍କୁ ଧମକ ଦେବା ସହିତ ଫୁଲ ବିକ୍ରି କରୁଥିବା ବୃଦ୍ଧା ବସନ୍ତ ବିଶ୍ବାଳ ଙ୍କ ଫୁଲ କୁ ଫୋପାଡି ଦେଇଥିଲେ । ଯଦି ଚାନ୍ଦା ନଦେବ, ତେବେ କାଲିଠାରୁ ଏଠି ବିକ୍ରି କରିପାରିବ ନାହିଁ ବୋଲି ଧମକ ଦେଇଥିଲେ । ବୃଦ୍ଧା ବସନ୍ତ ବିଶ୍ବାଳ ଭୟରେ ଥରି ଥରି ବେହୋସ୍ ହୋଇଯିବାରୁ ତାଙ୍କୁ ସେଠାରେ ଥିବା ଜଣେ ବ୍ୟକ୍ତି ଯୁବକ ମାନଙ୍କୁ ପାଟି କରିବା ସହିତ ମେଡିକାଲ ନେଇ ଚିକିତ୍ସିତ କରିଥିଲେ ବୋଲି ଏତଲାରେ ଦର୍ଶାଇବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି |