ଇଫକୋ ପାରାଦ୍ଵୀପ ୟୁନିଟ୍କୁ ବେଷ୍ଟ ମଦର ପ୍ଲାଣ୍ଟ ସମ୍ମାନ ।
pragyansila bureau | 14 Aug 2025 | 6 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ଓଡିଶା ଆସେମବ୍ଲି ଅଫ ସ୍କୁଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍ ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ଵର ସର୍ବବୃହତ ସମବାୟ ଭିତ୍ତିକ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍କୁ ୨୦୨୫ ବର୍ଷ ପାଇଁ ବେଷ୍ଟ ମଦର ପ୍ଲାଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାରକୁ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ଏମଏସଏମଇ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚୀବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଇଫକୋ ପାରାଦ୍ଵୀପ ୟୁନିଟ୍ର ନିର୍ବାହୀ ନିର୍ଦ୍ଦେଶକ ତଥା ୟୁନିଟ୍ ମୁଖ୍ୟ. ପି.କେ. ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଇଫକୋ ପାରାଦୀପ ୟୁନିଟ୍ ରାଜ୍ୟର ଏକ ଅଗ୍ରଣୀ ଶିଳ୍ପସଂସ୍ଥା ଭାବେ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ଶିଳ୍ପର ବିକାଶ, କର୍ମ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସୁନାମ ଅର୍ଜନ କରି ପାରିଛି । ଇଫକୋ ସମଗ୍ର ଦେଶରେ ଏକ ପ୍ରତିଷ୍ଠିତ ଶିଳ୍ପସଂସ୍ଥା ଭାବେ ଅନ୍ୟ କ୍ଷୁଦ୍ର, ମଧ୍ଯମ ଓ ଅଣୁ ଶିଳ୍ପସଂସ୍ଥାର ବିକାଶରେ ସହଭାଗିତା ଯୋଗାଇ ଆସିଛି । ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନୀତ ହେବା ପରେ ପାରାଦ୍ଵୀପ ୟୁନିଟର ନିର୍ବାହୀ ନିର୍ଦ୍ଦେଶକ ତଥା ୟୁନିଟ୍ ହେଡ୍ ପି.କେ. ମହାପାତ୍ର ରାଜ୍ୟ ସରକାରଙ୍କ ସମେତ ଓଏସଏମଇକୁ କୃତଜ୍ଞତା ଜଣାଇଛନ୍ତି । ଇଫକୋ ପାରାଦ୍ଵୀପ ୟୁନିଟ୍ ଦେଶର କୃଷକମାନଙ୍କ ନିମନ୍ତେ ସବୁବେଳେ ନୂଆ ନୂଆ ପଦକ୍ଷେପମାନ ନେଇ ଆସିଛି । ଓଡିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଇଫକୋ ଅବଦାନ ଅତୁଳନୀୟ । ସମସ୍ତ ପରିସ୍ଥିତିରେ ଇଫକୋ ସବୁବେଳେ ସମାଜର ସବୁ ବର୍ଗର ଲୋକମାନଙ୍କ ସହିତ ରହି ଆସିଛି ।
