Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଅଗଷ୍ଟ 12 ରେ କୃମିନାଶକ ଦିବସ ପାଳନ ନିମନ୍ତେ ଟାସ୍କ ଫୋର୍ସ କମିଟି ବୈଠକ ।

pragyansila bureau | 10 Aug 2025 | 8 min read | 3 views

ଜଗତସିଂହପୁର ( ପି.ଏନ. ଏସ ) : ଆଜି ଅପରାହ୍ନରେ ଓସ୍ୱାନ ଭି ସି ହଲରେ ଜାତୀୟ କୃମିନାଶକ ଦିବସ ର ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରିଥିଲେ । ଅଗଷ୍ଟ 12 ରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କରାଯିବ ।
1 ରୁ 19 ବର୍ଷ ବୟସର ସମସ୍ତ ଶିଶୁ, କିଶୋର ଓ ଯୁବକଙ୍କୁ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଓ ସିରପ ଦିଆଯିବ। 1 ରୁ 5 ବର୍ଷ ମଧ୍ୟରେ ଥିବା ଶିଶୁଙ୍କୁ ସିରପ ଓ 6 ରୁ 19 ବର୍ଷର କିଶୋର ଓ କିଶୋରୀ ତଥା ଯୁବକ ଓ ଯୁବତୀଙ୍କୁ ବଟିକା ଦିଆ ଯିବ । ଏତଦ୍ ବ୍ୟତୀତ ୨୦-୨୪ ବୟସ ର ପ୍ରଜନନ କ୍ଷମ ମହିଳା ମାନଙ୍କୁ ମଧ୍ୟ କୃମିନାଶକ ବଟିକା ଦିଆଯିବ । ଏହି କାର୍ଯକ୍ରମ ରେ ଜିଲ୍ଲା ରେ ମୋଟ ୨୩୭୬୦୦ ଶିଶୁ ଙ୍କୁ କୃମିନଶକ ଔଷଧ ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି ।
ଯେଉଁ ମାନେ ସେହିଦିନ ବଟିକା କିମ୍ବା ସିରପ ଖାଇ ନ ପାରିବେ ସେମାନଙ୍କୁ ଅଗଷ୍ଟ 19 ରେ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗ କୁ ସାମିଲ କରାଯାଇଛି । ଏଥିରେ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ସହଯୋଗ କରିବେ ବୋଲି ବୈଠକ ରେ ସୂଚନା ଦିଆ ଯାଇଛି ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ।. ରାଜେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାର (ପରିବାର କଲ୍ୟାଣ ) ଡ। ପ୍ରମୋଦ ବାରିକ ,ଡ। ଶତ୍ରୁଘ୍ନ ଦାସ, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ, ଏସ୍ ଡି ଓ ଆର ଡବ୍ଲୁ ଏସ ଏସ , ଜିଲ୍ଲା ଶିକ୍ଷା ଅଧିକାରୀ , ନିର୍ବାହୀ ଅଧିକାରୀ ପୌର ପରିଷଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ତଥା ସ୍ୱାସ୍ଥ୍ୟ ବିଭାଗରୁ ଡ। ବାସନ୍ତୀ ପ।ଲ୍ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରିଣୀ ସୋନାଲି ପ୍ରିୟଦର୍ଶିନୀ,ତୃପ୍ତି ରାଣୀ ନାୟକ,ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ସର୍ବ ଶେଷରେ ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା ଡେପୁଟି ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।