Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଯୁବ ବର୍ଗ ଙ୍କୁ ନିଶା କବଳରୁ ମୁକ୍ତ କରିବା ପାଇଁ ବାଣୀଧାରା ପକ୍ଷରୁ ପ୍ରୟାସ ।

pragyansila bureau | 10 Aug 2025 | 8 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ଡ୍ରଗ୍ସ ଏକ ମାରାତ୍ମକ ଅଭ୍ୟାସ, ଏହା ଯୁବ ବର୍ଗ ଙ୍କୁ ପଥଭ୍ରଷ୍ଟ କରିବା ସହିତ ପରିବାରରେ ଅଶାନ୍ତି ର ମୂଳ କାରଣ । ଏହି ଡ୍ରଗ୍ସ ହିଁ ଆତଙ୍କବାଦୀ ଙ୍କ ପାଇଁ ରୋଜଗାର ର ମାଧ୍ୟମ ପାଲଟିଛି । ଆମରି ଯୁବ ବର୍ଗ ଙ୍କୁ ଡ୍ରଗ୍ସ ର ମାୟା ଜାଲରେ ପକାଇ ଉକ୍ତ ଟଙ୍କା କୁ ଆମରି ଦେଶ ବିରୋଧରେ ବ୍ୟବହାର କରି ଆତଙ୍କବାଦୀମାନେ ଆମରି ଧନ ଜୀବନ ନଷ୍ଟ କରୁଛନ୍ତି । ତେଣୁ ଯୁବ ବର୍ଗ ସଚେତନ ହେବା ଜରୁରୀ, ଏଥିପାଇଁ ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବାଣୀଧାରା ପକ୍ଷରୁ ଗତ ୪ ବର୍ଷ ହେଲା ପ୍ରୟାସ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଓ୍ବାକ୍ ଏଗନେଷ୍ଟ ଡ୍ରଗ୍ ଆବ୍ୟୁସ (ଓ୍ବାଦା) ଜରିଆରେ ଯୁବ ବର୍ଗ ଙ୍କୁ ସଚେତନ କରାଯାଉଛି । ରବିବାର ସଂଗଠନ ପକ୍ଷରୁ ଏକ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସ୍ୱେଚ୍ଛାସେବୀ ଯୋଗ ଦେଇ ଡ୍ରଗ୍ସ କବଳରୁ ଯୁବ ସମାଜକୁ ମୁକ୍ତ କରିବା ପାଇଁ ଶପଥଗ୍ରହଣ କରିଥିଲେ । ପାରାଦ୍ଵୀପ ଗଡ଼ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମିହିର ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ସନ୍ଥ ସ୍ବାମୀ ଡଃ ସ୍ମୃତି ସାଗରାନନ୍ଦ , ଶ୍ରୀବଲ୍ଲଭ କର , ପୂର୍ବତନ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କଟକ ବିଭାଗର ପରିବାର ପ୍ରବୋଧନ ପ୍ରମୁଖ ରବିନାରାୟଣ ମିଶ୍ର , ଏନ‌ଏସସି ସ୍କୁଲ ପାରାଦ୍ଵୀପ ର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ଡ୍ରଗ୍ସ ର ଭୟାବହତା ଉପରେ ଆଲୋଚନା କରିବା ସହିତ କିଭଳି ଯୁବ ବର୍ଗ କୁ ଏଥିରେ ସାମିଲ କରାଯିବ ଏବଂ ନିଶା ଠାରୁ ଦୂରେଇ ଦିଆଯିବ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବାଣୀଧାରଣା ର ପ୍ରମୁଖ ପରିଚାଳକ ଗତିକୃଷ୍ଣ ଶତପଥୀ ପରିଚାଳନା କରିଥିଲେ । ସଂଗଠନ ପକ୍ଷରୁ ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମ କୁ ସାରା ଭାରତରେ ପ୍ରଚାର ପ୍ରସାର କରାଯିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ଶ୍ରୀଯୁକ୍ତ ଶତପଥୀ ପ୍ରକାଶ କରିଛନ୍ତି ।