ଶଶୁର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ କଲା ବୋହୁ ।
pragyansila bureau | 05 Aug 2025 | 5 min read | 5 views
ରଘନାଥପୁର ( ପି.ଏନ. ଏସ ) : ଲଜ୍ୟା ପରେ ଲଜ୍ୟା ଘଟଣା ଘଟିବାରେ ଲାଗିଛି ଜଗତସିଂହପୁର ଜିଲ୍ଲାରେ । ଏ ଲଜ୍ୟା ଘଟଣାଟି ଭିନ୍ନ ପ୍ରକାରର । ବୋହୁ ଉପରେ ଶଶୁର ର ଖରାପ ନଜର । ବୋହୁ ସହିତ ଶଶୁର ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ବାଧ୍ୟ କରୁଥିବା ନେଇ ବୋହୁ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଛି । ସ୍ୱାମୀର ରୋଜଗାର କମ ଥିବାରୁ ଶଶୁର ପୁଅକୁ ଗାଳିମନ୍ଦ କରିବା ସହିତ ମାରିଦେବାକୁ ଧମକ ଦେଉଛନ୍ତି । ଗତକାଲି ରାତିରେ ଶଶୁର ନିଶାସକ୍ତ ଅବସ୍ଥାରେ ଘରକୁ ଆସି ମୋତେ ଘରର ପୋଟିକ ନିକଟକୁ ଡାକିଲେ । ମୁଁ ନଯିବାରୁ ମୋ ସ୍ବାମୀ କୁ ଘରୁ ବାହାର କରିଦେବା ସହିତ ମାରିଦେବାକୁ ଧମକ ଦେଇଥିଲେ । ଆଉ କହିଲେ ଯଦି ତୋ ସ୍ୱାମୀକୁ ବଞ୍ଚାଇ ରଖିବାକୁ ଚାହୁଁଛୁ ତାହାଲେ ମୋ କଥା ମାନି ମୋ ସହିତ ଶାରୀରିକ ସମ୍ପର୍କ ରଖିଲେ ତୋତେ ପେନସନ ଟଙ୍କାରୁ ପ୍ରତି ମାସରେ କୋଡ଼ିଏ ହଜାର ଟଙ୍କା ଦେବି। ଏଭଳି ଜଣେ ଶଶୁର ଯିଏ ବୋହୂ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାଁହୁଛି ସେ ସମାଜ ପାଇଁ ଗୋଟେ କଳଙ୍କ । ଏଭଳି କାମୁକ ଶଶୁର ବିରୋଧରେ ରଘୁନାଥପୁର ଥାନାରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ନ୍ୟାୟ ପାଇଁ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଛି ବୋହୁ ।
