Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପୋଲିସ ଧରୁଛି ବିପୁଳ ଚୋରା ମଦ ଅବକାରୀ ହାତ ଖାଲି ।

pragyansila bureau | 04 Aug 2025 | 5 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପୋଲିସ ଧରୁଛି ବିପୁଳ ଚୋରା ମଦ, କିନ୍ତୁ ପାରାଦ୍ଵୀପ ରେ ଥିବା ଅବକାରୀ ବିଭାଗ ଚୋରା ମଦ ବ୍ୟବସାୟୀ ଙ୍କ ଟେର୍ ପାଉନି । ଯାହା ପାରାଦ୍ଵୀପ ଅଞ୍ଚଳରେ ଅବକାରୀ ବିଭାଗ ର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଗତ ଦୁଇଦିନ ହେଲା ପାରାଦ୍ଵୀପ ଲକ୍ ଥାନା ପୋଲିସ ପକ୍ଷରୁ ଚୋରା ମଦ ବ୍ୟବସାୟୀ ଙ୍କ ଉପରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ। ଗତ ଦୁଇଦିନ ଦିନରେ ତିନିଜଣ ଚୋରା ମଦ ବ୍ୟବସାୟୀ ଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ମଦ ଜବତ କରିଛି । ଗତ ଶନିବାର ରାତିରେ ପାରାଦ୍ଵୀପ ଗଡ଼ ବଜାରରେ ଚଢ଼ାଉ କରି ୪୦ ଟି ଆସ୍କାଫର୍ଟି ଓ ୪୮ ଟି ବିଦେଶୀ ମଦ ଜବତ କରିଥିବା ବେଳେ ବ୍ୟବସାୟୀ ନିମିଢିହି ଗ୍ରାମର ସଂଗ୍ରାମ ସାହୁକୁ ଗିରଫ କରିଥିଲା , ସେହିପରି ସେହିଦିନ ରାତିରେ ଭୁତୁମୁଣ୍ଡାଇ ଗ୍ରାମରେ ଚଢାଉ କରି ୪୫ ଟି ବିଦେଶୀ ମଦ ବୋତଲ ସହିତ ବ୍ୟବସାୟୀ ଭୂତୁମୁଣ୍ଡାଇ ଗ୍ରାମର ଭବାନୀ ମଲ୍ଲିକ କୁ ଗିରଫ କରିଥିଲା । ତେବେ ରବିବାର ଲକ୍ ଥାନା ପୋଲିସ ଦୋଛକି ନିକଟରେ ଚଢ଼ାଉ କରି ୫୦ ବୋତଲ ଦେଶୀ ମଦ ଆସ୍କାଫର୍ଟି ଜବତ କରିବା ସହିତ ବାଲିକୁଦା ଥାନା ଅଧିନ ମାଛଗାଁ ଗ୍ରାମର କ୍ଷୀରୋଦ ସ୍ବାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ଚୋରା ମଦ ବ୍ୟବସାୟୀ ଙ୍କ ଠିକଣା ଅବକାରୀ ବିଭାଗ ପାଇପାରୁ ନାହିଁ ।