ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ଥିବା ନେଇ ଧାରଣା ଦେଲେ ସରପଞ୍ଚ ।
pragyansila bureau | 03 Aug 2025 | 8 min read | 5 views
ତିର୍ତ୍ତୋଲ ( ପି.ଏନ. ଏସ ) : ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ। ଅବବ୍ୟସ୍ତା ଭିତରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ, ପ୍ରକ୍ସି ପ୍ରଧାନଶିକ୍ଷକ ମଦ୍ୟପାନ କରିବା ସହ ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ ରେ ବିଦ୍ୟାଳୟ ସମ୍ମୁଖରେ ଧାରଣା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ । ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ପୋକ ମିଶା ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଥିବା ସହ ଚାଉଳ ଦୀର୍ଘ ୬ ବର୍ଷଧରି ଏହି ବିଦ୍ୟାଳୟରେ ପ୍ରକ୍ସି ପ୍ରଧାନ ଶିକ୍ଷକଭାବେ ଦାୟିତ୍ୱ ତୁଲାଉଥିବା ଗଗନ କୁମାର ସାହୁ ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରୁଥିବା ନେଇ ଅଭିଯୋଗ ଆସିଥିଲା ଯାହାକୁ ନେଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସମେତ ସମିତି ସଭ୍ୟା,ୱାର୍ଡ ସଭ୍ୟ ସଭ୍ୟା ମାନେ ସ୍କୁଲ କୁ ଯାଇ ଯାଞ୍ଚ କରିବା ବେଳେ ସେଠାରେ ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ ଦେଖିବାକୁ ପାଇଥିଲେ । ସେତିକି ନୁହେଁ ଅନ୍ଧାର ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦିନ କିଭଳି ପିଲାମାନଙ୍କୁ ଏହି ପୋକରା ଚାଉଳ ଦିଆଯାଇଛି ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁଙ୍କୁ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ପଚାରିବା ସହ ମଧ୍ୟାହ୍ନ ଭୋଜନର ହିସାବ ମାଗିଥିଲେ। ଯାହାର ହିସାବ ଦେଇପାରିନଥିଲେ ଉକ୍ତ ଶିକ୍ଷକ । ଏ ସମ୍ପର୍କରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଯାହା ଫଳରେ ଆଜି ସ୍କୁଲ ଗେଟ ନିକଟରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ରଖି ଧାରଣାରେ ବସିଛନ୍ତି ସରପଞ୍ଚ ସୁଶାନ୍ତ କୁମାର ନାୟକ ଙ୍କ ସମେତ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ। ତୁରନ୍ତ ଏହାର ସମାଧାନ କରିବା ସହ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କୁ ବଦଳି କରିବା ସହ ମଧ୍ୟାହ୍ନ ଭୋଜନ ହେରଫେର ର ସମସ୍ତ ହିସାବ ଟିକ ନିକ ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରିରହିବ ବୋଲି ସମସ୍ତେ ମତ ରଖିଛନ୍ତି ।
