Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଗଡ଼ହରିଶପୁର ନଦୀ ବନ୍ଧରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Bureau report | 06 Jun 2025 | 5 min read | 10 views

ଏରସମା ( ପି.ଏନ. ଏସ ) : ଗଡହରିଶପୂର୍ ମୟରନାଞ୍ଜି ଶଙ୍ଖ ନଦୀ ବନ୍ଧରୁ ଯୁବକର ମୃତ ଦେହ ଉଦ୍ଧାର କରିଛି ଏରସମା ପୋଲିସ । ସୂଚନାରୁ ପ୍ରକାଶ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ତିତିରା ପଞ୍ଚାୟତ 5 ନମ୍ୱର୍ ୱାର୍ଡ କୁଳସାହି ଗ୍ରାମର
ଭାଗୁ ସୁତାର ଙ୍କ ଏକ ମାତ୍ର ପୁଅ ସୂର୍ଯ୍ୟ ନାରାୟଣ ସୂତାର ଓରଫ (ବାନା) ବୟସ 24 ବର୍ଷ ବିଳମ୍ବିତ ରାତିରେ ନଦୀ ବନ୍ଧ ଉପରେ ପଡିଥିବାର ସକାଳୁ ସ୍ଥାନୀୟ ଲୋକେ ଦେଖି ଗଡହରିଷପୂର୍ ସରପଞ୍ଚ ଙ୍କୁ ଖବର ଦେଇଥିଲେ ମୃତକ ଙ୍କ ମୁହଁ ଓ ନାକ ରୁ ରକ୍ତ ବାହାରିବାର ଦେଖାଯାଇଛି ।ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ଟାରେ ସେ ଘରେ ଥିଲେ, ଘରେ ତାଙ୍କର ମୋବାଇଲ ଥିବା ବେଳେ ସେ ଏଠାକୁ କିପରି ଆସିଲେ, ତାଙ୍କୁ କେହି ଡାକି ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସରପଞ୍ଚ ଏବଂ ଲୋକଙ୍କ ଉପସ୍ଥିତିରେ ଏରସମା ପୋଲିସ ଙ୍କୁ ଖବର ଦେବାପରେ ଏରସମା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍ କୁ ଖବର ଦେଇଥିଲେ , ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ଏବଂ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକାରୀ ପହଞ୍ଚି ତଦନ୍ତ କରି ଏକ ଅପମୃତ୍ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।