ପାରାଦ୍ୱୀପ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ ।
pragyansila bureau | 03 Aug 2025 | 5 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ବର୍ଷା ଦିନେ ସୃଷ୍ଟି ହେଉଥିବା ରୋଗର ନିରାକରଣ ପାଇଁ ପାରାଦ୍ଵୀପ ପୌର ପରିଷଦ ପକ୍ଷରୁ ପାରାଦ୍ଵୀପ ଆରମ୍ଭ ହୋଇଛି ସ୍ଵସ୍ଥତା ସଚେତନତା ଅଭିଯାନ । ପ୍ରତ୍ୟେକ ଦିନ ପାରାଦ୍ବୀପରେ ଥିବା ବିଭିନ୍ନ ୱାର୍ଡର ସଫେଇ କାର୍ଯ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ୍ୟ ରଖିଛି ପାରାଦ୍ଵୀପ ପୌରପରିଷଦ । ଏହି ଅବସରରେ ପୌରପରିଷଦ ପକ୍ଷରୁ ଏକ ସଫେଇ କାଯ୍ୟକ୍ରମ ଲାଇଟ ହାଉସ ନିକଟରୁ ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପାରାଦ୍ଵୀପ ପୌରପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାଯ୍ୟରେ ପାରାଦ୍ଵୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ୱାର୍ଡର ପାରିଷଦ ଉପସ୍ଥିତ ରହି କିପରି ପାରାଦ୍ଵୀପ କୁ ସରସ ସୁନ୍ଦର କରିବା ସହିତ ଅଳିଆ, ଅବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନରେ ପକାଇବା ସମସ୍ତେ ରୋଗମୁକ୍ତ ରହିବେ , ଏନେଇ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ବିଭିନ୍ନ ସ୍ବେଚ୍ଛାସେବୀ ବିଭିନ୍ନ ସ୍କୁଲର ଛାତ୍ର,ଛାତ୍ରୀ ଙ୍କ ସମେତ ପାରାଦ୍ଵୀପ ପୌରପରିଷଦର ସଦସ୍ୟ, ସଦସ୍ୟା ବେଳାଭୂମିରେ ପଡିଥିବା ଅଳିଆ, ଅବର୍ଜନାକୁ ସଫା କରିଥିଲେ ।
