Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ।

pragyansila bureau | 03 Aug 2025 | 4 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଠ ପଢା ସହିତ ଜ୍ଞାନର ବିକାଶ ପାଇଁ ପାରାଦ୍ଵୀପ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ବିଜ୍ଞାନ ମେଳା । ଏଥିରେ ବିଜ୍ଞାନ ସମ୍ବନ୍ଧିତ ମଡେଲ ସହିତ ସେମିନାର, ପୌରାଣିକ ବିଷୟ ବସ୍ତୁକୁ ନେଇ କଥା କଥକ ଆୟୋଜିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ୫୪୦ ଜଣ ଛାତ୍ର,ଛାତ୍ରୀ ମାନେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନେ ସଂଙ୍କୁଳ ସ୍ତରୀୟ ରେ ଭାଗନେଇ ଉତ୍ତୀର୍ଣ୍ଣ ହେବାପରେ ଜିଲ୍ଲା ସ୍ତରୀୟ ଓ ପରେ ରାଜ୍ୟ ସ୍ତରୀୟ କୁ ଯାଇ ଶେଷରେ କିପରି ପ୍ରାନ୍ତୀୟ ସ୍ତରକୁ ଯିବେ ଏବଂ ପାଠ ସହିତ ସେମାନଙ୍କ ମଧ୍ୟରେ ବ୍ୟବହାରିକ ଓ ସାମାଜିକ ଜ୍ଞାନ ର ବିକାଶ କରିବା ହିଁ ଏହାର ମୂଳ ଲକ୍ଷ୍ୟ ବୋଲି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କୁହାଯାଇଛି । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଏକ ଛୋଟିଆ ସ୍ଥାନରୁ କିପରି ଛାତ୍ର, ଛାତ୍ରୀ ମାନେ ସର୍ବଭାରତୀୟ ସ୍ତରକୁ ଯିବେ ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି ବିଚାରକ ମଣ୍ଡଳୀ ପ୍ରକାଶ କରିଛନ୍ତି ।