ଶ୍ରୀ ସାଇ ହସ୍ପିଟାଲ ତରଫରୁ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ।
pragyansila bureau | 30 Jul 2025 | 5 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ରେ ପ୍ରତିଷ୍ଠିତ ଶ୍ରୀ ସାଇ ହସ୍ପିଟାଲ ତରଫରୁ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ । ଶତାଧିକ ଲୋକ ଏହି ସ୍ବାସ୍ଥ୍ୟ ଶିବିର ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ସାମାଜିକ ମୂଲ୍ୟବୋଧ କୁ ଆଖି ଆଗରେ ରଖି ବନ୍ଦର ନଗରୀ ପାରାଦ୍ଵୀପ ର ପ୍ରତିଷ୍ଠିତ ଶ୍ରୀ ସାଇ ହସ୍ପିଟାଲ ତରଫରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ଶିବିର କୁ ସାଧାରଣ ରେ ପ୍ରଶଂସା କରାଯାଉଛି । ଏହି ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡ଼ାକ୍ତର ମାନେ ଯୋଗ ଦେଇ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପାରାଦ୍ଵୀପ ଏକ ଶୀଳ୍ପାଞ୍ଚଳ ହୋଇଥିବା ବେଳେ ପାରାଦ୍ଵୀପ ତଥା ଆଖପାଖ ଅଞ୍ଚଳର ବହୁ ଲୋକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ସେମାନଙ୍କୁ ହସ୍ପିଟାଲ ତରଫରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଏମିତିକି ଚକ୍ଷୁ ପରୀକ୍ଷା କରିବା ସହ ମାଗଣାରେ ଚଷମା ଦିଆ ଯାଇ ଥିବାରୁ ଶ୍ରୀ ସାଇ ହସ୍ପିଟାଲ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଗରିବ ଶ୍ରେଣୀର ଲୋକ ମାନେ ଅଧିକ ଉପକୃତ ହୋଇଥିବା ଜଣାପଡିଛି । ପାରାଦୀପ ସ୍ଥିତ ଶ୍ରୀ ସାଇ ହସ୍ପିଟାଲ ଏଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
