Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଚୋରା ଗ୍ୟାସ ସିଲିଣ୍ଡର ଜବତ କଲା ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ ।

pragyansila bureau | 30 Jul 2025 | 5 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ରେ ଦିନକୁ ଦିନ ଚୋରା ଗ୍ୟାସ ସିଲିଣ୍ଡର ବ୍ୟବସାୟୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଦେଢ଼ମାସ ତଳେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ତାରିଣୀଗଡା , ଅଠରବାଙ୍କି ଓ ବଡ଼ପଡ଼ିଆ ଅଞ୍ଚଳରେ ଚଢ଼ାଉ କରି ୨୮୬ ଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ, ମଙ୍ଗଳବାର ଗୋଟିଏ ପିକଅପ୍ ଭ୍ୟାନ ଗାଡ଼ି କୁ ଜବତ କରିଛି । ଏହି ଗାଡିରେ ୫୩ ଟି ଗ୍ୟାସ ସିଲିଣ୍ଡର ଥିବା ଦେଖିବାକୁ ମିଳିଛି । ଏଥିରୁ ୩୦ ଟି ସିଲିଣ୍ଡର ରେ ଗ୍ୟାସ ଭର୍ତ୍ତି ଥିବା ବେଳେ, ୨୬ ଟି ଖାଲି ସିଲିଣ୍ଡର ଥିଲା । ଏହି ଘଟଣାରେ ଗାଡ଼ି ଡ୍ରାଇଭର ଜଗତସିଂହପୁର ବାଲିକୁଦା ଅଞ୍ଚଳର ବବୁଲ ଭୋଇ କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଏହି ଗ୍ୟାସ ଟାଙ୍କି ଗୁଡିକ ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳର ଏବଂ ସପ୍ତାହକୁ ୪ ଥର ଏହି ଗାଡ଼ି ରେ ଚୋରା ଗ୍ୟାସ ସିଲିଣ୍ଡର ଆସି ପାରାଦ୍ଵୀପ ରେ ବିକ୍ରୟ କରାଯାଉଛି । କିଛି ଅସାଧୁ ବ୍ୟବସାୟୀ ସବସିଡି ଯୁକ୍ତ ଗ୍ୟାସ ଟାଙ୍କି କୁ ବିଭିନ୍ନ ଲୋକଙ୍କ ନାମରେ ଉଠାଇ ପାରାଦ୍ଵୀପ ରେ ୩୦୦ ରୁ ୫୦୦ ଟଙ୍କା ଲେଖାଏଁ ଚଢା ଦରରେ ବିକ୍ରି କରୁଛନ୍ତି । ଆଦର୍ଶ ଥାନା ପୋଲିସ ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।