Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କୁଜଙ୍ଗ ଅଞ୍ଚଳରେ ପୁଣି ଲଜ୍ୟା, ନାବାଳିକା ଜନ୍ମ ଦେଲା ମୃତ ଶିଶୁ ପୁତ୍ର ।

pragyansila bureau | 30 Jul 2025 | 7 min read | 7 views

କୁଜଙ୍ଗ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ଗୋଟେ ବାଣିଜ୍ୟ କ୍ଷେତ୍ର ଶିକ୍ଷିତ ସମାଜ ହୋଇ ଥିବା ବେଳେ ବର୍ତମାନ ଜିଲ୍ଲା ରେ ନାବାଳିକା ଗୋଟେ ପରେ ଗୋଟେ ବଳତ୍କାର ର ଶିକାର ହୋଇ ଚାଲିଛନ୍ତି | ଅନ୍ୟପଟେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଚାଲିଛି । ତଥାପି ନାବାଳିକା ମାନଙ୍କ ଜିବନ ବିପଦରେ । ଯାହାକୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ବିଜେପି ସରକାର ଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ସତେ ଯେମିତି ଆଇନ ଶୃଙ୍ଖଳା କୋଉଠି ନା କୋଉଠି ବିପର୍ଯ୍ୟସ୍ତ ହୋଇପଡିଛି । ଜଗତସିଂହପୁର ଜିଲ୍ଲା ରୁ ଦୁଇ ଦୁଇଟି ନାବାଳିକା ଗଣବଳତ୍କାର ନିଆଁ ନ ଲିଭୁଣୁ ସାମ୍ନାକୁ ଆସିଛି ଆଉ ଏକ ଘଟଣା | କୁଜଙ୍ଗ ଥାନା ଅଞ୍ଚଳରେ ଜଣେ 16 ବର୍ଷର ନାବାଳିକା ତାଙ୍କ ସହଯୋଗୀ ବନ୍ଧୁ ଙ୍କ ସହିତ ଅନୈତିକ ସମ୍ପର୍କ ରଖି ଗୁରୁତ୍ତର ହୋଇଥିବା ବେଳେ ପରିବାର ଲୋକେ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥକେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଗୁରୁତର ହେବାରୁ ଡାକ୍ତର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଥିଲେ | ଡ଼ାକ୍ତର ଚିକିତ୍ସା କରୁଥିବା ବେଳେ ନାବାଳିକା ଟି 7 ମାସର ମୃତ ଶିଶୁ ପୁତ୍ର ଟିଏ ଜନ୍ମ ଦେଇଥିବା ଘଟଣା ସାରା ଜିଲ୍ଲା କୁ ସ୍ତଦ୍ଧ କରିଦେଇଛି । ଅନ୍ୟପଟେ କୁଜଙ୍ଗ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ପିଡିତା ଓ ପିଡିତା ଙ୍କ ବାପା ର ବୈୟାନ ରେକର୍ଡ କରିଥିବା ଏବଂ ପିଡିତା ଙ୍କ ସାମ୍ପୁଲ ସଂଗ୍ରହ କରିଛି ଏବଂ ପିଡିତା ଙ୍କ ପୁରୁଣା ବନ୍ଧୁ ଙ୍କୁ ଗିରଫ୍ କରି ଥାନାରେ ଅଟକ ରଖି ଜେରା ପରେ ପୋଲିସ ଛାଡି ଦେଇଛି ବୋଲି ସୁଚନା ମିଳିଛି | ଅନ୍ୟପଟେ ନାବାଳିକା ଗର୍ଭବତୀ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଏଡିଏମଓ ସରୋଜ କୁମାର ଜେନା ଏବଂ ପିଡିତାଙ୍କ ପରିବାର ଲୋକେ ।