କରଜରେ ଅଙ୍ଗନବାଡି ଦିଦି, ପାଞ୍ଚ ମାସ ହେବ ମିଳୁନି ଅର୍ଥ ରାଶି ।
pragyansila bureau | 30 Jul 2025 | 12 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ନିର୍ବାଚନ ମଣ୍ଡଳୀର ପାରାଦ୍ଵୀପ ଗଡ଼ ସେକ୍ଟର ରେ ୨୩ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ପାରାଦୀପ ଗଡ଼ ପଞ୍ଚାଯତ ରେ ୧୩ ଟି ଅଙ୍ଗନୱାଡି କେନ୍ଦ୍ର ଓ ନୂଆଗଡ ପଞ୍ଚାୟତ ରେ ୧୦ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । କାଗଜ ପତ୍ରରେ ଏହା ୨୩ ଟି ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୧୮୬୨ ଜଣ ଶିଶୁ ରହିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ କେତେକ କେନ୍ଦ୍ରରେ ପିଲା ଆସୁ ନାହାଁନ୍ତି କି କେନ୍ଦ୍ର ଖୋଲା ଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ସବୁଠାରୁ ବଡ କଥା ଟି ହେଉଛି ୫ ମାସ ହେବ ସମସ୍ତ କେନ୍ଦ୍ରକୁ ଟଙ୍କା ଆସି ନାହିଁ । ଧାର ଉଧାର କରି ବାକିରେ ଚାଲୁଥିବା ଅଙ୍ଗନୱାଡି ଦିଦି କହୁଛନ୍ତି । ପାରାଦ୍ଵୀପ ଗଡ -୩ ଅଙ୍ଗନୱାଡ଼ି କେନ୍ଦ୍ର ରେ ଖାତାରେ ୫୪ ଜଣ ରହିଥିବା ବେଳେ ଗତ ୨୧ ତାରିଖ ରେ ୧୦ ଜଣ ଶିଶୁ ଆସିଥିଲେ । ଉକ୍ତ କେନ୍ଦ୍ର ଟି ବିପଦ ପୂର୍ଣ୍ଣ ଅବସ୍ଥା ରେ ରହିଛି । ମଝିରେ ମଝିରେ ଛାତରୁ ସ୍ଲାବ୍ ଖସୁଛି । ପାରାଦ୍ଵୀପ ଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ୪ ଟି ବନ୍ଦ ରହିଥିଲା। ଅପପୃଷ୍ଟି ରୋକିବା ପାଇଁ ସରକାର ୬ ମାସରୁ ୩ ବର୍ଷ ବୟସ ପର୍ୟ୍ୟନ୍ତ ଶିଶୁଙ୍କୁ ଛତୁଆ,ଭଜା ସୁଜି ମିଶ୍ରଣ ଯୋଗାଇ ଦେଉଛନ୍ତି। ସରକାରୀ ନୀୟମ ମୁତାବକ ପ୍ରତିମାସ ଭଜା ସୁଜି ପ୍ୟାକେଟ ରେ ୭୬୦ ଗ୍ରାମ ସୁଜି,୨୬୦ ଗ୍ରାମ ବେସନ,୪୦୦ ଗ୍ରାମ ଚିନିକୁ ମିଶ୍ରଣ କରାଯିବାକୁ ନିର୍ଦ୍ଧେଶ ରହିଛି । ମିଶ୍ରଣ ସମୟରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ର ସୁପରଭାଇଜର ଉପସ୍ଥିତ ରହିବେ। ଶିଶୁ ପିଛା ୧ କିଗ୍ରା ୫୦୦ ଗ୍ରାମ ସାମଗ୍ରୀ ୮୦ ଗ୍ରାମ ତେଲରେ ଭଜାଯିବା ପରେ ୧୩୫୦ ଗ୍ରାମ ଓଜନ ର ସାମଗ୍ରୀ ବଣ୍ଟନ କରାଯିବାର ନିୟମ ରହିଛି । କିନ୍ତୁ ଏଗୁଡ଼ିକ କିଛି ମିଳୁ ନ ଥିବା ବିଜୟଚନ୍ଦ୍ରପୁର ରୁ ଅଭିଯୋଗ ଆସିଛି । ସେଠାରେ ଛୋଟ ଶିଶୁ ମାନଙ୍କୁ ଛତୁଆ ଠାରୁ ଆରମ୍ଭ କରି ଅଙ୍ଗନୱାଡି କେନ୍ଦ୍ର ଖୋଲେ ନାହିଁ । ବର୍ଷ ରେ କେବଳ ଦୁଇ ଥର ଖୋଲେ ବୋଲି ମହିଳା ନମିତା ରାୟ,ସ୍ମିତା ମଣ୍ଡଳ,ବୀଣା ମଣ୍ଡଳ,ତଅପୋଇ ରାୟ,ମିନତୀ ବେହେରା ଙ୍କ ସମେତ ବହୁ ମହିଳା ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ପାରାଦୀପ ଗଡ଼ ସେକ୍ଟର ସୁପରଭାଇଜର ଛବିଲତା ଭୋଇ ଙ୍କୁ ପଚାରିବାରୁ ଅଙ୍ଗନୱାଡି ବନ୍ଦ ରହୁଥିବା ଖବର ମୋ ପାଖରେ ନାହଁ। ବିଜୟଚନ୍ଦ୍ରପୁର -୨ ଅଙ୍ଗନୱାଡ଼ି କେନ୍ଦ୍ର ବିଷୟରେ ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଥିବା କହିଛନ୍ତି । ଏହି ମାସରେ ପଇସା ଦିଆଯିବ ବୋଲି କହିଛନ୍ତି ।
ଏ ସମ୍ପର୍କ ଅଧିକ ଜାଣିବା ପାଇଁ କୁଜଙ୍ଗ ସିଡିପିଓ ରାଜଶ୍ରୀ ସାହୁ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ କଲ ଗ୍ରହଣ କରି ନ ଥିଲେ। ତେଣୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଅଙ୍ଗନୱାଡ଼ି କେନ୍ଦ୍ର ବିରୋଧରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ସିଡ଼ିପିଓ ଶ୍ରୀମତୀ ସାହୁ ଏହାକୁ ଏଡାଇ ଯାଉଛନ୍ତି।ସିଡ଼ିପିଓ - ଅଙ୍ଗନୱାଡି ଦିଦିଙ୍କ ମଧ୍ୟରେ ଥିବା ମଧୁରଚନ୍ଦ୍ରିକା କୁ ନେଇ ପାରାଦୀପ ରେ ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ ଏ ଦିଗରେ ଉପରିସ୍ଥ ଅଧିକାରି କଣ ପଦକ୍ଷେପ ନେଉଛନ୍ତି ।
ଏ ବିଷୟରେ ଅଧିକ ଜାଣିବା ପାଇଁ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହା ସରକାରଙ୍କ ର ଏକ ମହତ ଯୋଜନା । ତଦନ୍ତ କରାଯାଇ ଖିଲାପକାରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତରାଇ କହିଛନ୍ତି ।