ସାମ୍ବାଦିକ ଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ଦେଲା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ।
pragyansila bureau | 29 Jul 2025 | 8 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ରେ ଗତ ଦୁଇବର୍ଷ ହେଲା ସାମ୍ବାଦିକ ଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଲଢେ଼ଇ କରୁଛି ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ । ଏଥିସହିତ ଦୂର୍ଘଟଣା ରେ ଆହାତ ସାମ୍ବାଦିକ ଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆର୍ଥିକ ସହାୟତା ସହିତ ମୃତ ସାମ୍ବାଦିକ ଙ୍କ ପରିବାରକୁ ସ୍ବାବଲମ୍ବୀ କରିବା ପାଇଁ ପ୍ରୟାସ କରୁଥିବା ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ସାମ୍ବାଦିକ ଙ୍କ ସ୍ବାସ୍ଥ୍ୟ ବୀମା, ପେନସନ , ମାସିକ ଭର୍ତ୍ତା ଓ କଡା ସୁରକ୍ଷା ଆଇନ୍ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ଗଗନ ବିହାରୀ ସାହୁ ଓ ଆଇନ ପରାମର୍ଶଦାତା କୈଳାସ ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଏକ ଦାବୀପତ୍ର ଟ୍ରଷ୍ଟ ର ଅଧ୍ୟକ୍ଷ ଅରୁଣ କୁମାର ଓଝା, ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, ଉପସଭାପତି ହରିଶ୍ଚନ୍ଦ୍ର ଲେଙ୍କା, ସମ୍ପାଦକ ଜଗନ୍ନାଥ ଶତପଥୀ, କୋଷାଧ୍ୟକ୍ଷ ସିଦ୍ଧେଶ୍ଵର ସ୍ବାଇଁ,ବରିଷ୍ଠ ସଦସ୍ୟ ସୂଦର୍ଶନ ବିଶ୍ବାଳ, ପ୍ରଶାନ୍ତ ରାଉତ, ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଟ୍ରଷ୍ଟ ର ବହୁ ସଦସ୍ୟ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ଏଥିରେ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର ପ୍ରଚଳନ କରିଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ର ଅର୍ଥରାଶି କୁ ୧୦ ଲକ୍ଷ କୁ ବୃଦ୍ଧି କରିବା ସହିତ ଉଭୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇଦେବା, ଏହି ଯୋଜନାରେ ସାମ୍ବାଦିକ ଙ୍କ ବୃଦ୍ଧ ପିତା ମାତାଙ୍କ ସହିତ ୨୫ ବର୍ଷରୁ ଉର୍ଦ୍ଧ୍ବ ଅବିବାହିତ ସନ୍ତାନ ମାନଙ୍କୁ ସାମିଲ କରିବା , ଦେଶର ଅନ୍ୟ ୧୮ ଟି ରାଜ୍ୟ ଭଳି ରାଜ୍ୟ ର ସାମ୍ବାଦିକ ମାନଙ୍କୁ ୬୦ ବର୍ଷ ପରେ ସୁରକ୍ଷିତ ପେନସନ ଯୋଜନା ଏବଂ ସାମ୍ବାଦିକ ମାନଙ୍କୁ ମାସିକ ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି । ଯାହା ରାଜ୍ୟର ହଜାର ହଜାର ସାମ୍ବାଦିକ ମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଢ଼ତା ପ୍ରଦାନ କରିପାରିବ ବୋଲି ଏହି ଦାବୀପତ୍ର ରେ ଦର୍ଶାଯାଇଛି ।
