Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର ।

pragyansila bureau | 29 Jul 2025 | 5 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ପଣ୍ୟ କାରବାର ରେ ପୁଣି ରେକର୍ଡ ସୃଷ୍ଟି କରିଛି ପାରାଦ୍ଵୀପ ବନ୍ଦର। ଚଳିତ ମାସ ୨୮ ତାରିଖ ସୁଦ୍ଧା ପାରାଦ୍ଵୀପ ବନ୍ଦର ୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଭାରତର ୧୨ ମେଜର ପୋର୍ଟ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି । ଯାହା ପୂର୍ବ ଦିନ ତୁଳାନାରେ ଏହା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି। ବର୍ତ୍ତମାନ ଲୁହାପଥର ପରିବହନ ଏକପ୍ରକାର ବନ୍ଦ୍ ଥିବା ବେଳେ ପାରାଦ୍ଵୀପ ବନ୍ଦର ଗତ ୪ ମାସରେ ୨୨.୦୬ ମିଲିୟନ ମେଟ୍ରିକ୍ ଟନ୍ କୋଇଲା, ୧୧.୩୬ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ, କଣ୍ଟେନର କାର୍ଗୋ ୨୭.୮୦ ମିଲିୟନ ମେଟ୍ରିକ୍ ଟନ୍, ସାର ର କଞ୍ଚାମାଲ ୮.୪୧ ମିଲିୟନ ମେଟ୍ରିକ୍ ଟନ୍ ପରିବହନ କରିଛି। ଯାହା ଗତବର୍ଷ ତୁଳନାରେ ୪ ଦିନ ପୂର୍ବରୁ ଏହି ମାଇଲଷ୍ଟୋନ୍ ହାସଲ କରିଛି ବନ୍ଦର। ଗତ ଦୁଇବର୍ଷ ହେଲା ପାରାଦ୍ଵୀପ ବନ୍ଦର ପଣ୍ୟ ପରିବହନ ରେ ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଥିବା ବେଳେ ବନ୍ଦର କର୍ମଚାରୀ ଓ ଷ୍ଟିଭେଡୋର ସଂସ୍ଥା ମାନଙ୍କ ସହଯୋଗ ଯୋଗୁ ଚଳିତ ଆର୍ଥିକ ବର୍ଷରେ ପାରାଦ୍ଵୀପ ବନ୍ଦର ଆଉ ଏକ ରେକର୍ଡ଼ କରିବ ବୋଲି ବନ୍ଦର ଅଧ୍ୟକ୍ଷ ଏକ ପ୍ରେସ ରିଲିଜ ରେ ଜଣାଇଛନ୍ତି ।