ପନ୍ଦର ନମ୍ବର ପେଟ୍ରୋଲ ପମ୍ପ ନିକଟରେ ସିରିଜ ଦୁର୍ଘଟଣା
Bureau report | 05 Jun 2025 | 4 min read | 11 views
କୁଜଙ୍ଗ ( ପି.ଏନ. ଏସ ) : କଟକ ପାରାଦ୍ଵୀପ ରାସ୍ତାର ପନ୍ଦର ନମ୍ୱର ପେଟ୍ରୋଲ ପମ୍ପ ନିକଟରେ ସିରିଜ ଦୁର୍ଘଟଣା । ଘଟଣା ସ୍ଥଳରେ ୬ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୃତ ଗତିରେ ଏକ କାର ଗୋଟିଏ ପିକପ୍ ଭ୍ୟାନ ଓ ଅନ୍ୟ ଏକ କାର୍ କୁ ପଛପଟୁ ଧକ୍କା ଦେବା ସହିତ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ଲୋକେ ଆହାତ ମାନଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର ଦୂର୍ଘଟଣା ଘଟିବାର ଦିର୍ଘ ସମୟ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ଦେଖିବାକୁ ମିଳିଥିଲା। ବେସି କ୍ଷତିଗ୍ରସ୍ତ ହୋଇଥିବା ଦୁଇଟି ଗାଡ଼ି ଏବେବି ରାସ୍ତା ଉପରେ ପଡି ରହିଥିବା ବେଳେ ଅଳ୍ପ କ୍ଷତିଗ୍ରସ୍ତ କାର ରେ ଆହାତ ମାନଙ୍କୁ ମେଡିକାଲ ଅଣାଯାଇଛି।
