Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ।

pragyansila bureau | 28 Jul 2025 | 10 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆନ୍ତଃ ବିଦ୍ୟାଳୟ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୨୭ ତାରିଖ ରବିବାର ପୂର୍ବାହ୍ନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ତୈଳ ନିଗମ ପାଇପ୍ ଲାଇନ ବିଭାଗର ମାନବ ସମ୍ବଳ ଅଧିକାରୀ ଶ୍ରୀ ଲୀଳାଦ୍ରୀ ସାହୁ ଯୋଗ ଦେଇ ଟ୍ରଷ୍ଟ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭା କୁ ସମ୍ମାନିତ କରିବାର ପ୍ରୟାସ କୁ ପ୍ରଶଂସା କରିଥିଲେ । ବର୍ତ୍ତମାନ ର ପ୍ରତିଯୋଗିତା ମୂଳକ ପରିସ୍ଥିତି ସମୟରେ ଶିକ୍ଷା ସହିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ରିଡ଼ା , ନୃତ୍ୟ ଓ ବ୍ୟବହାରୀକ ଜ୍ଞାନ ସେମାନଙ୍କୁ ଭବିଷ୍ୟତରେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ସଫଳ କରାଇବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧରଣୀ ଧର ପରିଡା, ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ମୁଖ୍ୟ ପରାମର୍ଶଦାତା ଶ୍ରୀ ଗଗନ ବିହାରୀ ସାହୁ, ଆଇନ୍ ପରାମର୍ଶଦାତା ଆଡଭୋକେଟ କୈଳାସ ଚନ୍ଦ୍ର ସାହୁ ଯୋଗଦେଇ ଟ୍ରଷ୍ଟ ର ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟର ଆଭିମୁଖ୍ୟ ପ୍ରକାଶ କରିଥିଲେ । ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଶ୍ରୀ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାରମ୍ପରିକ ନୃତ୍ୟ ପ୍ରତିଯୋଗିତାରେ ପାରାଦ୍ଵୀପ ରେ ଥିବା ୨୦ ଟି ସରକାରୀ ଓ ବେସରକାରୀ ସ୍କୁଲ ର ୨୭୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ର ୨ୟ ବାର୍ଷିକ ଉତ୍ସବ ରେ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗବେଷିକା ଡଃ ବିଦ୍ୟୁତ୍ ଲତା ଚୌଧୁରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲିି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନୃତ୍ୟ ଗୁରୁ ଶୁଭଶ୍ରୀ ବେଉରା , ଅମ୍ବାରିକା ସୂତାର, ସୋନାଲି ଗୋପେ, ଶୁଶ୍ରୀ ନରେନ୍ଦ୍ର, ନମୀତା ନାୟକ, ରିତା ସିକଦାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ନୃତ୍ୟ ବିଭାଗ ର ନୃତ୍ୟ ଗୁରୁ ସ୍ମୃତିକାନ୍ତ ଶର୍ମା ପରିକଳ୍ପନା କରିଥିବା ବେଳେ ଟ୍ରଷ୍ଟ ର ଉପାଧ୍ୟକ୍ଷ ଶ୍ରୀ ହରିଶ୍ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ସ୍ୱାଇଁ, ସଂଗଠନ ସମ୍ପାଦକ ଜଗବନ୍ଧୁ ସ୍ୱାଇଁ, ସହ ସମ୍ପାଦକ ଜଗନ୍ନାଥ ଶତପଥୀ, ପ୍ରଶାନ୍ତ ରାଉତ, ସୁଦର୍ଶନ ବିଶ୍ୱାଳ, ପ୍ରଭାତ କୁମାର ମହାପାତ୍ର , ଜିତେନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।