Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପ ମାଛଧରା ବନ୍ଦରରେ ତିନି ଦିନ ଧରି ମତ୍ସ୍ୟଜୀବି କୁ ଦିଆଗଲା ପ୍ରଶିକ୍ଷଣ ।

pragyansila bureau | 27 Jul 2025 | 12 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ବିପଦକୁ ସାମ୍ନା କରି ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି ମତ୍ସ୍ୟଜୀବୀ । କିନ୍ତୁ ମଝି ସମୁଦ୍ର ରେ ଘଟୁଥିବା ଅଘଟଣ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇଥାଏ । ଏଭଳି ବିପଦକୁ ଏଡ଼ାଇବା ପାଇଁ ନେଟ୍ ଫିସ୍ ପକ୍ଷରୁ ଆରମ୍ଭ ହୋଇଛି ତିନିଦିନିଆ କର୍ମଶାଳା ଏବଂ ପାରାଦ୍ଵୀପ ନେହେରୁବଙ୍ଗଳାରେ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ ।

ସମୁଦ୍ର ଉପରେ ଲକ୍ଷାଧିକ ମତ୍ସ୍ୟଜୀବି ନିର୍ଭର କରୁଥିବା ବେଳେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟ ରେ ମାଛ ଧରିବା ପାଇଁ ଯାଇଥାନ୍ତି ଗଭୀର ସମୁଦ୍ରକୁ। ବୋଟ୍ ଗୁଡିକ ପାଖାପାଖି ୮ ରୁ ୧୨ ଦିନ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକ ଦୈନିକ ଯିବା ଆସିବା କରିଥାନ୍ତି । ଏହି ସମୟରେ‌ ବୋଟ୍ ଏବଂ ଯନ୍ତ୍ର ଚାଳିତ ଡ଼ଙ୍ଗା ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତ୍ସ୍ୟଜୀବୀ ମାନେ ମୃତ୍ୟୁ ମୁଖରେ ପଡି ଥାନ୍ତି ‌। ଏପରିକି ଗଭୀର ସମୁଦ୍ରରେ ଥିବା ବେଳେ ଆସୁଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ବୋଟ୍ ଖରାପ ହୋଇଯିବା ସହିତ ସେମାନେ ଦିଶାହୀନ ଭାବେ ଘୁରି ବୁଲନ୍ତି । ଏହି ଯାନ୍ତ୍ରିକ ତ୍ରୁଟି କୁ ବୋଟ୍ ର କର୍ମଚାରୀ ବା ମତ୍ସ୍ୟଜୀବି ସଜାଡି ପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବି ମାନଙ୍କୁ ବୋଟ୍ ର ଇଞ୍ଜିନ ର କାର୍ଯ୍ୟ, ତାହାର ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ତ୍ରୁଟି କୁ ସଜାଡ଼ିବା ପାଇଁ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ। ଏହି ପ୍ରଶିକ୍ଷଣ କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିବା ସହିତ ଗଭୀର ସମୁଦ୍ରରେ ଏହା ଆମପାଇଁ ବରଦାନ ଭଳି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି ।


କେନ୍ଦ୍ରୀୟ ନୈଚାଳନା ଯାନ୍ତ୍ରିକ ପ୍ରଶିକ୍ଷଣ କେନ୍ଦ୍ର ବିଶାଖାପାଟଣା ଓ ମତ୍ସ୍ୟ ବିଭାଗ ର ମିଳିତ ସହଯୋଗ ରେ ପାରାଦ୍ଵୀପ ର ନେହେରୁବଙ୍ଗଳା ମାଛଧରା ବନ୍ଦର ମଧ୍ୟରେ ମତ୍ସ୍ୟଜୀବି ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଥିରେ ତିନୋଟି ଜିଲ୍ଲାର ୫୦ ଜଣ ମତ୍ସ୍ୟଜୀବି ଙ୍କ ସହିତ ବୋଟ୍ ମାଲିକ ମାନେ ମଧ୍ୟ ସାମିଲ ହୋଇଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଥମ ଦିନ ବୋଟ୍ ଓ ଡଙ୍ଗା ରେ ଲାଗୁଥିବା ଇଞ୍ଜିନ ର କାର୍ଯ୍ୟ ଓ ଏହାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଦ୍ବିତୀୟ ଦିନରେ ଇଞ୍ଜିନ ର ବିଭିନ୍ନ ପାର୍ଟ୍ସ ଓ ଏହାର ଭୁମିକା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ଏବଂ ତୃତିୟ ଦିନ ଏହାର ମରାମତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏଠାରେ ସୂଚନାଯୋଗ୍ୟ ଯେ ପାରାଦ୍ଵୀପ ର ମାଛଧରା ବନ୍ଦର ରେ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ୱ ସୋନା ବୋଟ୍ ଓ ୨୦୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏହା ଉପରେ ପାଖାପାଖି ୫୦ ହଜାର ଲୋକ ନିର୍ଭର କରୁଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ଯାହା ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ରଖିପାରିବ ବୋଲି ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ବାତ୍ୟା ଓ ଲଘୁଚାପ ସଂଖ୍ୟା ବଢୁଥିବାରୁ ଏହା ମତ୍ସ୍ୟଜୀବୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଆୟୋଜିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ମତ୍ସ୍ୟଜୀବି ପରିବାରକୁ ଆଶ୍ବସ୍ତ କରିଛି ।