Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କୁଜଙ୍ଗ ଯୁବତୀ ଗର୍ଭବତୀ ଘଟଣା ରେ ଏସପି ଙ୍କ ସହ ଆଲୋଚନା କଲେ ବିଜେଡି ନେତା ।

pragyansila bureau | 27 Jul 2025 | 7 min read | 5 views

ଜଗତସିଂହପୁର ( ପି.ଏନ. ଏସ ) : କୁଜଙ୍ଗ ଥାନା ଅଞ୍ଚଳରେ ଜନୈକା ଯୁବତୀ କୁ 6 ମାସର ଗର୍ଭବତୀ କରି ଦୁଇ ଭାଇ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୁଜଙ୍ଗ ପୋଲିସ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଇଛି । କୁଜଙ୍ଗ ଥାନାରେ ପିଡିତାଙ୍କର ବାପାଙ୍କ ଏତାଲା କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ସ୍ଥାନୀୟ ଅଂଚଳର ଏକ ମଠରେ କାମ କରନ୍ତି । ଉଭୟ ବାରମ୍ବାର ଦୁଷ୍କର୍ମ କରିବା ସହ ନାବାଳିକା ଜଣକ ଗର୍ଭବତୀ ହେବାର ଜାଣିବା ପରେ ପିଡିତାଙ୍କ ପରିବାର ଉପରେ ଚାପ ପକାଇ ଏହାର ଆପୋଷ ସମାଧାନ ପାଇଁ ମଧ୍ୟ 3 ଦିନ ତଳେ ଉଦ୍ୟମ ହେଉଥିବା ବେଳେ ଏହା ମଧ୍ୟ ସମ୍ଭବ ହୋଇପାରି ନଥିଲା । ପରେ କୁଜଙ୍ଗ ଥାନାରେ ଅଭିଯୋଗ ହେବା ପରେ କୁଜଙ୍ଗ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଭାଇ ହେଲେ ବାଣସରା ଗ୍ରାମର ଭାଗ୍ୟଧର ଦାଶ ଓ ତାଙ୍କ ସାନ ଭାଇ ପଞ୍ଚାନନ ଦାଶ । ଅନ୍ୟ ଜଣେ ଅଭିଯୁକ୍ତଙ୍କର ପାଖରେ ପୋଲିସ ପହଂଚି ପାରିନାହିଁ । ଅନ୍ୟପଟେ ପିଡିତାଙ୍କ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଛି । ଏଠାରୁ ଡାକ୍ତରୀ ମାଇନା ପରେ ଅଧିକ ତଦନ୍ତ ପାଇଁ ଏବଂ ସଂଗୃହିତ ନମୁନା କଟକ ପଠାଯିବ ବୋଲି ଜଣାପଡିଛି । ତେବେ ପିଡିତା ଜଣକ 6 ମାସର ଗର୍ଭବତୀ ଥିବାରୁ ଏବେ ତାଙ୍କୁ କେଉଁଠି ସୁରକ୍ଷିତ ଭାବରେ ରଖାଯିବ ତାହା ସ୍ଥିର ହୋଇନାହିଁ । କୁଜଙ୍ଗର ଦୁଇ ବଳତ୍କାରୀ ଙ୍କ ନେଇ ଜିଲ୍ଲା ଏସପି ପ୍ରତିକ୍ରିୟା ରଖିଛନ୍ତି | ଅନ୍ୟପଟେ ବିଜେଡି ଦଳର ପୁର୍ବତନ ଜଗତସିଂହପୁର ବିଧାୟକ ପ୍ରସାନ୍ତ କୁମାର ମୁଦୁଲି ପାରାଦୀପ ପୁର୍ବତନ ବିଧାୟକ ସମ୍ବିତ ରାଉତରାୟ ପୁର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜିଲ୍ଲା ପରିଷଦ ସଭାପତି ମନୋଜ୍ କୁମାର ଭୋଇ ପଞ୍ଚାୟତ ସମିତି ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ଙ୍କ ସହିତ ଅନେକ ବିଜେଡି କର୍ମକର୍ତ୍ତା କୁଜଙ୍ଗ ଗଣବଳତ୍କାର ଘଟଣା କୁ ନେଇ ଜଗତସିଂହପୁର ଜିଲ୍ଲା ଏସପିଙ୍କ ସହିତ ଆଲୋଚନା କରିଛନ୍ତି |