ଚାନ୍ଦଗଡ଼ ରେ ବଳତ୍କାର ର ଶିକାର ଯୁବତୀଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବୁଝିଲା ତେଜସ୍ୱିନୀ ମହିଳା ସଙ୍ଗଠନ ।
pragyansila bureau | 27 Jul 2025 | 4 min read | 4 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତ ରେ ଜଣେ ଅନୁସୂଚିତ ଯୁବତୀ କୁ ଜନ୍ମଦିନ ରେ ଯୋଗଦେବାକୁ ଯାଉଥିବା ସମୟରେ ଅଧା ବାଟରେ ଏକ ଜଙ୍ଗଲିଆ ସ୍ଥାନରୁ ଉଠାଇନେଇ ବଳତ୍କାର କରାଯାଇଥିଲା | ଯାହାକୁ ନେଇ ସାରା ଜଗତସିଂହପୁର ଜିଲ୍ଲା ରେ ବିଭିନ୍ନ ଦଳ ପକ୍ଷରୁ ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ସରକାର ଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବିରୋଧୀ ଜୋରଦାର ବର୍ଷିଥିଲେ | ଏ ନେଇ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇଥିଲେ ଏବଂ ଜଗତସିଂହପୁର ପୋଲିସ ତୁରନ୍ତ ପଦକ୍ଷେପ ନେବା ସହିତ ଦୁଇ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା ପିଡିତା ବର୍ତ୍ତମାନ ଜିଲ୍ଲା ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି | ତେବେ ଜଗତସିଂହପୁର ଜିଲ୍ଲା ତେଜସ୍ପିନୀ ମହିଳା ସଙ୍ଗଠନ ର ସଭାପତି ଅଞ୍ଜନା ସାହୁଙ୍କ ସହିତ ଅନେକ କର୍ମକର୍ତ୍ତା ଚିକିତ୍ସାଳୟ ରେ ପହଞ୍ଚି ପୀଡିତା ପରିବାରକୁ ଭେଟି ପୀଡିତା ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ଜଗତସିଂହପୁର ଜିଲ୍ଲା ଚିକିସ୍ଛା ଅଧିକାରୀ ଙ୍କ ସହିତ ପିଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଥିଲେ |
