ଶୁଣିଲାନି ତିର୍ତ୍ତୋଲ ପୋଲିସ, ଏସପି ଙ୍କ ଦ୍ୱାରସ୍ଥ ହେଲେ ଦୁଇ ପରିବାର ।
pragyansila bureau | 27 Jul 2025 | 10 min read | 5 views
ତିର୍ତ୍ତୋଲ ( ପି.ଏନ. ଏସ ) : ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ମହିଳା ଓ ସହଯୋଗୀ ଘରେ ଲଗାଇ ଦେଲେ ନିଆଁ | ଭୁଲିଗଲେ ହିତାହିତ ଜ୍ଞାନ | ବର୍ତ୍ତମାନ ସମ୍ପୂର୍ଣ୍ଣ ବାସହରା ପୁରା ଦୁଇ ପରିବାର.. ଘଟଣା ଯେତିକି ସମ୍ବେଦନଶୀଳ ସେତିକି ହୃଦୟ ବିଦାରକ | ଶତ୍ରୁ ଯେ ଶତ୍ରୁ ର ଘରେ ନିଆଁ ଲଗେଇ ଦେଇ ପାରେ ଏକଥା ସ୍ଥାନୀୟ ଅଞ୍ଚଳର ଲୋକ ଙ୍କୁ ଆଶ୍ଚର୍ଯ୍ୟ କରିଛି |
ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଗରାମ ପଞ୍ଚାୟତ ବାଲିମୁଣ୍ଡୁଳି ଗ୍ରାମର ଡମ୍ବରୁଧର ବେହେରା ଓ ତ୍ରିଲୋଚନ ବେହେରା ଙ୍କ ର ପଡୋଶୀ କନକଲତା ବେହେରା ଙ୍କ ସହ ପୂର୍ବରୁ ଜମି ବାଡି କୁ ନେଇ ବିବାଦ ଲାଗିଥିଲା.. ଉକ୍ତ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତି ପ୍ରାୟ ଆଠ ଟା ସମୟରେ କନକଲତା ଓ ତାଙ୍କ ର କିଛି ସହଯୋଗୀ ମିଶି ଡମ୍ବରୁ ଓ ତ୍ରିଲୋଚନ ଙ୍କ ପରିବାର ଙ୍କ ଘରେ ନିଆଁ ଲଗାଇ ବାସ କରୁଥିବା ନଡ଼ା ଛପର ଘରକୁ ଜାଳି ଦେଇଛନ୍ତି । ଉକ୍ତ ନିଆଁ ରେ ସମ୍ପୂର୍ଣ୍ଣ ଘର ସହିତ ସମସ୍ତ ଆସବାବପାତ୍ର ଓ ଟଙ୍କା ଇତ୍ୟାଦି ପୋଡ଼ି ଯାଇ ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନି ପୀଡ଼ିତ ପରିବାର । ଖାଲି ସେତିକି ନୁହଁ ବାସ ସ୍ଥାନ ପାଇଁ ସେମାନେ ହେଉଛନ୍ତି ବିକଳ | ଘର ନ ଥିବାରୁ ସମ୍ପୂର୍ଣ୍ଣ ପରିବାର ବର୍ତ୍ତମାନ ବାସହରା ହୋଇ ବୁଲୁଛନ୍ତି | ଏ ବାବଦରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣା ର ତଦନ୍ତ କରିଥିବା ବେଳେ, ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ କରିଥିଲେ.. ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରହିଛି କହି କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛି | ଅନ୍ୟପଟେ ଅଗ୍ନି ବିପନ୍ନ ପରିବାର କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ଏପରି ଜଘନ୍ୟ ଅପରାଧୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି | ସେପଟେ ତିର୍ତ୍ତୋଲ ପୋଲିସ କୁ ଅଭିଯୋଗ କଲାପରେ ଅଭିଯୁକ୍ତ ଖୁଲମଖୁଲା ବୁଲିବା ସହିତ ଡମ୍ବରୁଧର ଓ ତ୍ରିଲୋଚନ ଙ୍କ ପରିବାର କୁ ମାରିଦେବାକୁ ଧମକ ପରେ ଧମକ ଦେଇ ଚାଲିଛି। ଏଭଳି ପରିସ୍ଥିତି ରେ ଅଗ୍ନିବିପନ୍ନ ପରିବାର ଗାଁ ଛାଡ଼ି ବୁଲୁଛନ୍ତି । ତିର୍ତ୍ତୋଲ ପୋଲିସ ଠାରୁ ନ୍ୟାୟ ନ ପାଇ ପୀଡ଼ିତ ପରିବାର ଜିଲ୍ଲା ଏସପି ଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଜିଲ୍ଲା ଏସପି ଅଗ୍ନି ବିପନ୍ନ ପରିବାର ପ୍ରତି ଘଟିଥିବା ସମସ୍ତ ଘଟଣା କୁ ନେଇ ତିର୍ତ୍ତୋଲ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରି ଆସାମୀ କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେବେ ଦେଖିବାକୁ ବାକି ରହିଲା ଏଭଳି ଲେଡି କୁ ପୋଲିସ କେବେ ଗିରଫ କରୁଛି ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି |