ଶିଆଳି ବେଳାଭୂମିରେ ଉଗ୍ରରୂପ ଧାରଣ କଲା ସମୁଦ୍ର ଜୁଆର, ଭୟରେ ସ୍ଥାନୀୟ ଲୋକେ
pragyansila bureau | 25 Jul 2025 | 5 min read | 3 views
ଏରସମା ( ପି.ଏନ. ଏସ ) : ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି । ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି । ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ ସମାନ ହୋଇଯାଇଛି । ଫଳରେ ସମୁଦ୍ର ସଂଲଗ୍ନ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକ, ଶିଆଳି, ଶଙ୍ଖା, ନୋଳିଆସାହି, କଳବେଦୀ, ରାମତରା ପଞ୍ଚାୟତର ୨୫ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନାଯୋଗ୍ୟ ଯେ ୨୦୦୫ ମସିହାରେ ସମୁଦ୍ର ବେଳାଭୂମି ଠାରୁ ୫୦ ମିଟର ଦୂରରେ ଥିଲା । ସମୟକ୍ରମେ ଜଳବାୟୁ ପତିବର୍ତ୍ତନ ଯୋଗୁ ସମୁଦ୍ର ଜଳ ପତନ ବୃଦ୍ଧି ଘଟି କୂଳମୁଁହା ହୋଇଥିଲା। ମାତ୍ର ପୁରୀ ବେଳାଭୂମି ପରି ଶିଆଳିଠାରେ ସମୁଦ୍ର ଅଗଭୀର ହୋଇଥିବାରୁ ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନର ମଜା ନେଉଥିଲେ । ମାତ୍ର ସମୁଦ୍ର ଲୁଣାଜୁଆର କୂଳ ଲଂଘି ଯିବାରୁ ସ୍ଥାନୀୟ ଅଞ୍ଚଳବାସୀ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛନ୍ତି ।