Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଅଙ୍ଗନବାଡ଼ି ତାଲା ପକାଇଲେ ବିଜୟଚନ୍ଦ୍ରପୁର ଗ୍ରାମର ମହିଳା ।

pragyansila bureau | 24 Jul 2025 | 8 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିର୍ଘ ୧୨ ବର୍ଷ ରେ ମାତ୍ର ୨୪ ଥର ଖୋଲା ହେଉଛି ଅଙ୍ଗନୱାଡ଼ି କେନ୍ଦ୍ର। ତାହା ପୁଣି ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ରେ । ଦିର୍ଘ ବର୍ଷ ହେଲା ଅଙ୍ଗନୱାଡ଼ି ଦିଦି ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ଯୋଜନା ର ଲାଭ କୁ ହଡ଼ପ କରି ଚାଲିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତ ର ବିଜୟଚନ୍ଦ୍ରପୁର ଗ୍ରାମରେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ପଦକ୍ଷେପ ନ ନେବାରୁ ଗ୍ରାମର ମହିଳା ଏକାଠି ଆନ୍ଦୋଳନ କୁ ଓହ୍ଲାଇବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ନୂଆଗଡ ପଞ୍ଚାୟତ ର ବିଜୟଚନ୍ଦ୍ରପୁର ଗ୍ରାମରେ ଗତ ୧୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଏଥିରେ ନିଯୁକ୍ତ ଅଙ୍ଗନୱାଡ଼ି ଦିଦି ସେହି ଦିନଠାରୁ କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ଦୁଇଦିନ କୁ ଛାଡ଼ିଦେଇ କେବେବି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତି ନାହିଁ। ଏପରିକି ଛୋଟ ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇ ଆସୁଥିବା ସମସ୍ତ ସାମଗ୍ରୀ କୁ ୩ ରୁ ୪ ମାସ କୁ ଥରେ ଲେଖାଏଁ ଦେଇ ଥାଆନ୍ତି। ଏହାକୁ ନେଇ ଗ୍ରାମର ମହିଳା ମାନେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସରପଞ୍ଚ ଏହି ଘଟଣା ବାରମ୍ବାର ଅଣଦେଖା କରିବା ସହିତ ମୁ ତୁମ ଚାକର ନୁହଁ ବୋଲି ମହିଳାମାନଙ୍କୁ କହିଥିବା ସେମାନେ ଅଭିଯୋଗ କରିଛନ୍ତି |

ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈାଣସି ସୁଫଳ ନମିଳିବାରୁ ଗତ ୪ ଦିନ ତଳେ ୫୦ ରୁ ଉର୍ଦ୍ଧ୍ୱ ମହିଳା ବ୍ଲକ୍ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏବେ ଗତ ତିନିଦିନ ହେଲା ଉକ୍ତ ଅଙ୍ଗନୱାଡ଼ି କର୍ମୀ ଘର ଖୋଲି ବସୁଛନ୍ତି ‌। ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଉକ୍ତ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଏଠାରୁ ହଟାଯାଉ ନଚେତ ଏହି କେନ୍ଦ୍ରକୁ ଏଠାରୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ।