Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବ୍ୟାଙ୍କ ସମ୍ମୁଖରୁ ଚୋରି ସ୍କୁଟି ସହ ଚୋରି କରିଥିବା ଯୁବକକୁ ଧରିଲା ପୋଲିସ ।

pragyansila bureau | 24 Jul 2025 | 4 min read | 4 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ୟୁନିୟନ ବ୍ୟାଙ୍କ ସମ୍ମୁଖରୁ ଚୋରୀ ହୋଇଥିବା ସ୍କୁଟି ପାରାଦ୍ୱୀପ ଗଡ଼ ୟୁନିୟନ ବ୍ୟାଙ୍କ ସମ୍ମୁଖରୁ ଜବତ ହୋଇଛି । ଲକ୍ ଥାନା ପୋଲିସ ଗଡ଼ ୟୁନିୟନ ବ୍ୟାଙ୍କ ସମ୍ମୁଖରୁ ସ୍କୁଟି କୁ ଜବତ କରିବା ସହିତ ଚୋରି କରିଥିବା ଯୁବକକୁ ମଧ୍ୟ ଗିରଫ କରିଛି | ଗିରଫ ଯୁବକ ଜଗତସିଂହପୁର କେନ୍ଦାଳ ଗ୍ରାମର ସଞ୍ଜୟ ସାହୁ ବୋଲି ଜଣାପଡିଛି । ଯୁବକ ଜଣଙ୍କ ପାରାଦ୍ଵୀପ ଗଡ଼ ଅଞ୍ଚଳରେ ରହିବା ସହିତ ଏକ କମ୍ପାନୀରେ କାମ କରୁଛି । ଗତକାଲି ପାରାଦ୍ଵୀପ ବ୍ୟାଙ୍କ ଲାଇନ୍ ରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରୁ ବ୍ୟାଙ୍କ ର ଏକ କର୍ମଚାରୀଙ୍କ ସ୍କୁଟିକୁ ଚୋରି କରି ନେଇଥିଲେ । ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା ଏବଂ ସିସିଟିଭିରେ ଏହି ଚୋରି ବେଳର ଦୃଶ୍ୟ ମଧ୍ୟ କଏଦ ହୋଇଥିଲା | ତେବେ ଆଜି ସନ୍ଧ୍ୟାରେ ଲକ୍ ଥାନା ପୋଲିସ ଯୁବକ ସହିତ ସ୍କୁଟିକୁ ଜବତ କରିଛି । ସ୍କୁଟି କୁ ଲକ୍ ଥାନା ପକ୍ଷରୁ ପାରାଦ୍ଵୀପ ଆଦର୍ଶ ଥାନା କୁ ହସ୍ତାନ୍ତର କରାଯାଇଥିବା ବେଳେ ଯୁବକ କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି |