କାନ୍ଦୁଛି ପ୍ରେତାତ୍ମା ଗୋଡ଼ରେ ଜଳୁଛି ନିଆଁ ଭିଡ଼ିଓ ଭାଇରାଲ ।
pragyansila bureau | 22 Jul 2025 | 5 min read | 4 views
କୁଜଙ୍ଗ ( ପି.ଏନ. ଏସ ) : କଇଁ କଇଁ ହୋଇ କାନ୍ଦୁଛି ପ୍ରେତାତ୍ମା, ରାତିର ଘନ ଅନ୍ଧାରରେ ଧଳା ଶାଢ଼ୀ ପିନ୍ଧିଛି ଆଉ ଗୋଡ଼ରେ ନିଆଁ ଜଳୁଛି ଆଉ ଚାଲିରେ ପାଉଁଜି ର ସ୍ୱର ଶୁଭୁଛି | ଏଭଳି ଏକ ଭିଡିଓ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଭିଡିଓ ଟି କୁଜଙ୍ଗ ଶବ ବ୍ୟବଚ୍ଛେଦ ଗୃହ ନିକଟ କେନାଲ ରାସ୍ତାର ବୋଲି ଭିଡିଓ ସୁଟିଂ କରିଥିବା ଯୁବକ ଏହି ଭିଡିଓ ରେ କହୁଛନ୍ତି । ସବୁ ଠାରୁ ଆଶ୍ଚର୍ଯ୍ୟର କଥା, ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଜଣେ ଧଳା ଲୁଗା ଘୋଡାଇ ହୋଇ ଯାଉଥିବା ବେଳେ ତାର ଗୋଡ ଦୁଇଟି ଜଳୁଛି ଏବଂ ଯୁବତୀ ଙ୍କ କଣ୍ଠ ସ୍ୱର ରେ କ୍ରନ୍ଦନ କରୁଥିବା ର ସ୍ପଷ୍ଟ ଶୁଣା ଯାଉଛି । ଯୁବତୀ ଜଣଙ୍କ କାନ୍ଦି କାନ୍ଦି କେନାଲ ରାସ୍ତା ପାର ହୋଇ ଯାଉଛନ୍ତି। ସୂଚନା ମୁତାବକ କିଛି ଯୁବକ କୁଜଙ୍ଗ ଶବ ବ୍ୟବଚ୍ଛେଦ ଗୃହ ନିକଟ କେନାଲ ରାସ୍ତାରେ ଯାଉଥିବା ବେଳେ କିଛି ଅସ୍ପଷ୍ଟ ଜିନିଷ ଦେଖିଥିଲେ। ସେମାନେ ଗାଡ଼ି ବୁଲାଇ ପୁଣି ସେହି ସ୍ଥାନ ନିକଟକୁ ଆସି ଦେଖିବା ବେଳକୁ ଜଣେ ଯୁବତୀ ଧଳା ଶାଢ଼ୀ ପିନ୍ଧିଛନ୍ତି ଆଉ ଚିତ୍କାର କରି କାନ୍ଦୁଛନ୍ତି ଏବଂ ତାଙ୍କ ଗୋଡ଼ରେ ନିଆଁ ଜଳୁଛି । ଏହି ଘଟଣାକୁ ସେମାନେ ଭିଡିଓ କରିଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଏମିତି କଣ ହୋଇପାରେ ଆଜିର ବିଜ୍ଞାନ ଯୁଗରେ ଭୁତ ପ୍ରେତ ଡାହାଣୀ ଚିରିଗୁଣୀ ଏକ ଅନ୍ଧବିଶ୍ୱାସ କୁହାଯାଉଥିବା ବେଳେ ଏ କି ପ୍ରକାର ଦୃଶ୍ୟ |
