ନଦୀ ପଠାରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଲେ ଡିପ୍ଲୋମା ଛାତ୍ର ।
pragyansila bureau | 22 Jul 2025 | 3 min read | 4 views
ଗାରୋଇ ( ପି.ଏନ. ଏସ ) : ନଦୀକୁ ଡେଇଁ ପଡିଲେ ଡିପ୍ଲୋମା ଛାତ୍ର | ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଗାରୋଇ ଦେବୀ ନଦୀରେ | ନାଉଗାଁ ଗ୍ରାମର ଦେବାଶିଷ ପରିଜାଙ୍କ ପୁଅ ରାଜା ପାରିଜା 24 ବର୍ଷ ଆଜି ଘରୁ ସ୍କୁଟି ନେଇ ଗାରୋଇ ଯାଇଥିଲେ | ସ୍କୁଟିକୁ ନଦୀପଠାରେ ରଖି ଦେବୀ ନଦୀକୁ ହଠାତ ଡେଇଁ ପଡିଥିବା ବେଳେ ସ୍ତାନୀୟ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ ଘଟଣା ସ୍ଥଳରେ ନାଉଗାଁ ଅଗ୍ନିସମ ବିଭାଗ ପକ୍ଷରୁ ଏକ ଟିମ ଯାଇ ଏବେ ତାଙ୍କୁ ଖୋଜାଖୋଜି ଜାରି ରଖିଥିବା ବେଳେ ତାଙ୍କର ସନ୍ଧାନ ମିଳିପାରି ନାହିଁ |
