ସାଙ୍ଗର ଜନ୍ମଦିନକୁ ଯାଇ ଦୁଷ୍କର୍ମର ଶିକାର ହେଲେ ଯୁବତୀ
pragyansila bureau | 22 Jul 2025 | 10 min read | 5 views
ଜଗତସିଂହପୁର ( ପି.ଏନ. ଏସ ) : ସଦର ଥାନା ଚାନ୍ଦଗଡ଼ ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ମାମଲା । ଗୁରୁତର ଅବସ୍ଥାରେ ପିଡିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ସାଙ୍ଗ ଜନ୍ମ ଦିନରେ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଅଭିଯୋଗ ପାଇବା ପରେ ଜିଲ୍ଲା ପୋଲିସ ଘଟଣାକୁ ଗୁରୁତର ଭାବରେ ନେଇଛି। ମେଡିକାଲରେ ଜଗତସିଂହପୁର ଏସପି ପହଞ୍ଚି ପୀଡ଼ିତା ଓ ତାଙ୍କର ପରିବାର ସହିତ ଆଲୋଚନା କରିଛନ୍ତି। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ମେଡିକାଲରେ ପହଞ୍ଚି ପରିବାର ସହିତ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଅପରାଧୀକୁ ଧରାଯିବ ବୋଲି କହିଛନ୍ତି। ଅନ୍ୟ ପଟେ ପୀଡ଼ିତାଙ୍କର ଜଣେ ମହିଳା ବନ୍ଧୁକୁ ପୋଲିସ ଅଟକ ରଖି ଅଧିକ ତଥ୍ୟ ସଂଗ୍ରହ କରୁଛି। ପୋଲିସ ର ସ୍ଵତନ୍ତ୍ର ଟିମ ବିଭିନ୍ନ ସ୍ଥାନ ମାନଙ୍କରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି। ଏଥି ସହିତ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛି ସଦର ପୋଲିସ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନ କୁ ନେଇ ତଦନ୍ତ କରୁଛି। ଜଣେ ଅଭିଯୁକ୍ତ କୁ ନିଆଳି ରୁ ଗିରଫ ମଧ୍ୟ କରିଛି। ପୀଡ଼ିତା ର ଜଣେ ମହିଳା ବନ୍ଧୁ କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଗୋଟେ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ। ଆଉ ଜଣେ ଅପରାଧୀ ଏବେ ମଧ୍ୟ ଫେରାର ଅଛି।
ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ଜଗତସିଂହପୁର ଚାନ୍ଦଗଡ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସପି । ପୋଲିସ ପକ୍ଷରୁ ୩ ଗୋଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି ଭବାନୀ ଶଙ୍କର ଉଦ୍ଗାତା। ଅନ୍ୟ ପଟେ ଯୁବତୀଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ କୁ ଆହୁରି କ୍ରିୟାଶୀଳ କରାଯିବ ସହିତ ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି। ବର୍ତମାନ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହିଛି।ଏହି ଘଟଣାକୁ ନେଇ ବିଜେଡ଼ି ଓ କଂଗ୍ରେସ ଦଳର ନେତ୍ରୁ ମଣ୍ଡଳୀ ମେଡ଼ିକାଲରେ ପହଞ୍ଚି ପୀଡ଼ିତାଙ୍କ ଅବସ୍ଥା ଦେଖିବା ସହିତ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବିଜୁ ଜନତା ଦଳପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ପୀଡ଼ିତା ପରିବାରକୁ କ୍ଷତିପୂରଣ ଦେବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ, ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଉପଯୁକ୍ତ ଦଣ୍ଡ ବିଧାନ କରିବା ପାଇଁ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି ।