Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବନ୍ଦର ନଗରୀରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ଟ୍ରଲିରେ ମେଡିକାଲ ଗଲେ ମହିଳା

pragyansila bureau | 22 Jul 2025 | 5 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦରାଞ୍ଚଳ ରେ ଜଣେ ଅସୁସ୍ଥ ବୃଦ୍ଧା ମହିଳା ଙ୍କୁ ତାଙ୍କ ସ୍ବାମୀ ଟ୍ରଲିରେ ବୋହି ମେଡ଼ିକାଲ କୁ ଅଣା ଯାଉଥିବା ଦୃଶ୍ୟ ଏବେ ବିଭିନ୍ନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।। ଏହି ଦୃଶ୍ୟ ଟି ପାରାଦୀପ ଅଠରବାଙ୍କି ପୋଲ ନିକଟରେ ହୋଇଥିବା ବେଳେ ବୃଦ୍ଧା ମହିଳା ଜଣଙ୍କ ପାରାଦ୍ଵୀପ ର ଷଣ୍ଢକୁଦ ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି। ବାଟରେ ଜଣେ ବାଇକ ଆରୋହି ଟ୍ରଲିକୁ ସାଙ୍ଗରେ ଟାଣି ନେଉଥିବା ଦେଖି ବାକୁ ମିଳିଛି। ସମ୍ପୃକ୍ତ ଯୁବକ ବୃଦ୍ଧା ମହିଳା ଜଣଙ୍କୁ ମେଡିକାଲ ନିକଟରେ ଟ୍ରଲି ରୁ ଉଠାଇ ମେଡିକାଲ୍ ନେବା ଦୃଶ୍ୟ ମଧ୍ୟ ଭାଇରାଲ୍ ଭିଡିଓ ରେ ରହିଛି। ପ୍ରାୟତଃ ପାରାଦ୍ବୀପର ବସ୍ତି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ବେଙ୍ଗଲି ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ଦିନ ଟ୍ରଲିରେ ରୋଗୀ ନେଇ ମେଡିକାଲ ଆସିଥାନ୍ତି । ସେମାନେ ମୁଖ୍ୟତଃ ମାଛ ଧରିବା ଏବଂ ମାଛ ବ୍ୟବସାୟ କରୁଥିବାରୁ ଟଲି ବ୍ୟବହାର କରିଥାନ୍ତି। ଯଦି କାହାର ଦେହ ଖରାପ ହେଲେ ସେମାନେ ଆମ୍ବୁଲାନ୍ସ କୁ ଖବର ଦେବା ବଦଳରେ ସଙ୍ଗେ ସଙ୍ଗେ ଟଲି ରେ ପକାଇ ମେଡିକାଲ ନେଇ ଆସି ଥାନ୍ତି। ତେବେ ଏହି ଘଟଣାକୁ ନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ମଧ୍ୟ ଉକ୍ତ ଘଟଣା ସମୟରେ କେହି ଆମ୍ବୁଲାନ୍ସ ସେଣ୍ଟର କୁ ଫୋନ୍ କରିନଥିବା ତଦନ୍ତ ରୁ ସ୍ପଷ୍ଟ ହୋଇଥିବା ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି ।