ଆଇସ ଫ୍ୟାକ୍ଟ୍ରିରୁ ଲିକ୍ ହେଲା ଆମୋନିଆ ଗ୍ୟାସ, ୪ ଜଣ ଅସୁସ୍ଥ
Bureau report | 04 Jun 2025 | 5 min read | 36 views
ପାରାଦ୍ୱୀପ ( ପି.ଏନ. ଏସ ) : ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଘଟଣା। ପାରାଦ୍ଵୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସ ର ପ୍ରଭାବରେ ଆଖି ଓ ନାକ ପୋଡ଼ୁଥିବା ସୂଚନା ମିଳିଛି। କମ୍ପାନୀର ହୋଷ୍ଟ ପାଇପ ଫାଟି ଯିବାରୁ ବ୍ୟାପିଛି ଆମୋନିଆ ଗ୍ୟାସ। ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ, ପିପିଏଲ ଓ ଇଫକୋ ସାର କାରଖାନା ର ଅଗ୍ନିଶମ ଗାଡ଼ି ସହିତ ସ୍ବତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କୁ ନିୟନ୍ତ୍ରଣ କୁ ଆଣିଛନ୍ତି। ଗତକାଲି ରାତି ରେ ଆଇସ ଫ୍ୟାକ୍ଟ୍ରି ପକ୍ଷରୁ ୮ ଟି ଆମୋନିଆ ଟାଙ୍କି ଅଣାଯାଇଥିଲା । ଉକ୍ତ ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କିର ହୋଷ୍ଟ ପାଇପ ଫାଟି ଗ୍ୟାସ ଲିକ୍ ହୋଇଥିଲା । ଉକ୍ତ ଟାଙ୍କିକୁ ଏକ ପାଣି ଖାଲରେ ପକାଇ ପାଣି ସ୍ପ୍ରେ କରାଯାଇଥିଲା। ପରେ ଅନ୍ୟ ଏକ ଟାଙ୍କି ରେ ପାଖାପାଖି ୮ ଇଞ୍ଚ୍ ର ଫାଟ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ପାଣି ମାରି ଲିକେଜ୍ କୁ ନିୟନ୍ତ୍ରଣ କୁ ଅଣାଯାଇଛି। ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି।
