ଟ୍ରକ ସଂଘରେ ଅନିୟମିତତା କୁ ନେଇ ସଂଘ ସମ୍ମୁଖରେ ଧାରଣା ଦେଲେ ଟ୍ରକ ମାଲିକ ।
pragyansila bureau | 20 Jul 2025 | 4 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ଟ୍ରକ ମାଲିକ ସଙ୍ଘ ରେ ଅନିୟମିତତା କୁ ନେଇ ସଙ୍ଘ ସମ୍ମୁଖରେ ଧାରଣାରେ ବସିଛନ୍ତି ଜଣେ ଟ୍ରକ ମାଲିକ । ସଙ୍ଘର କର୍ମକର୍ତ୍ତା ମାନଙ୍କ ମନୋମୁଖୀ କାର୍ଯ୍ୟ ଓ ପ୍ରିୟା ପ୍ରିତି ତୋଷଣ ଏବେ ଚରମ ସୀମାରେ ପହଞ୍ଚିଛି ବୋଲି ସିଏ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିଛି ପାରାଦ୍ଵୀପ ଟ୍ରକ୍ ମାଲିକ ସଙ୍ଘରେ। ସଙ୍ଘର ଗତ ନିର୍ବାଚନରେ ସଭାପତି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଭୁ ରଞ୍ଜନ ତରାଇ ସଙ୍ଘର ନିୟମ ଅନୁସାରେ ଲୋଡିଂ ସ୍ଲିପ ନେଇ ଆଇଓସିଏଲ କୁ ଗାଡ଼ି ପଠାଇଥିଲେ। ମାତ୍ର ଗାଡ଼ି ପହଞ୍ଚିବା ପରେ ଆଇଓସିଏଲ ପରିବହନ ସଂସ୍ଥାର ଲୋଡିଂ କୁ ବାତିଲ କରିଦେଇଥିଲେ । ଫଳରେ ଗାଡ଼ି ଦୁଇଦିନ ଧରି ସେଠାରେ ଛିଡା ହୋଇଥିଲେ ମଧ୍ୟ ସମ୍ପୃକ୍ତ ପରିବହନ ସଂସ୍ଥା ବିଭୁ ରଞ୍ଜନ ଙ୍କ ଗାଡ଼ିକୁ ଲୋଡ୍ ଦେଇ ନଥିଲେ। ମାତ୍ର ସଙ୍ଘ କର୍ମକର୍ତ୍ତା ଗାଡ଼ି ବିଳମ୍ବରେ ପଠାଇଥିବା ଦର୍ଶାଇ ଗାଡ଼ିକୁ ଲୋଡିଂ ଦେଉନାହାନ୍ତି । ଯାହାକୁ ନେଇ ବିଭୁ ରଞ୍ଜନ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଏ ସମ୍ପର୍କରେ ସଙ୍ଘର ସଭାପତି ଉପସ୍ଥିତ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
