Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ହସ୍ତକ୍ଷେପ କଲେ ଜଗତସିଂହପୁର ସାଂସଦ, ଚାକିରୀ ପାଇଲେ ଶ୍ରମିକ

pragyansila bureau | 20 Jul 2025 | 7 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିର୍ଘ ୧୮ ମାସ ପରେ ଚାକିରି ଫେରି ପାଇଲେ ପାରାଦ୍ଵୀପ ବନ୍ଦର ର ୧୧ ଜଣ ମକ୍ ଡ୍ରିଲ୍ ୱାର୍କସ ।ଏମାନେ ପାରାଦ୍ଵୀପ ବନ୍ଦର ର ଆଇଓଏଚପି ବିଭାଗର ମେଣ୍ଟେନାନ୍ସ ରେ କାର୍ଯ୍ୟ କରୁଥିବା ଆକ୍ଟା ଲଜିଷ୍ଟିକ ଲିମିଟେଡ ଅଧିନରେ ମକ୍ ଡ୍ରିଲ୍ ଓ୍ବାର୍କର୍ସ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର କମ୍ପାନୀ କତ୍ତୃପକ୍ଷ ହଠାତ୍ ଉକ୍ତ ୧୧ ଜଣ ଙ୍କୁ ବିଶୃଙ୍ଖଳିତ ଦର୍ଶାଇ ସେମାନଙ୍କ ଗେଟ୍ ପାସ୍ ବନ୍ଦ କରିଦେଇଥିଲେ । ଫଳରେ ଏହି ୧୧ ଜଣ ବିଭିନ୍ନ ଫୋରମ୍ ରେ ଅଭିଯୋଗ କରି ନିରାଶ ହୋଇପଡିଥିଲେ। ଦିର୍ଘ ୧୮ ମାସ କାଳ ବିନା ଚାକିରୀ ରେ ସେମାନଙ୍କ ଆର୍ଥିକ ସ୍ଥିତି ଦୂର୍ବଳ ହୋଇପଡିଥିଲା। ତେବେ ସେମାନେ ସଭ୍ୟ ଥିବା ପାରାଦ୍ଵୀପ ପୋର୍ଟ ଓ୍ବାର୍କର୍ସ ୟୁନିୟନ ର ସଭାପତି ତଥା ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଛି। କମ୍ପାନୀ କତ୍ତୃପକ୍ଷ ଓ ପାରାଦ୍ଵୀପ ବନ୍ଦର ସହିତ ଆଲୋଚନା କରିବା ପରେ, ଉକ୍ତ ୧୧ ଜଣଙ୍କୁ କମ୍ପାନୀ ପୁନଃ ନିଯୁକ୍ତି ପ୍ରଦାନ କରିଛି । ସେହିପରି ବନ୍ଦର ର ବିଭିନ୍ନ ଷ୍ଟିଭେଡୋର ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କର ୯ ଦଫା ଦାବିକୁ ନେଇ ପାରାଦ୍ଵୀପ ବନ୍ଦର ଓ ଷ୍ଟିଭେଡୋର ସଂସ୍ଥା ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟ ସଫଳ ହୋଇଛି। ୯ ଦଫା ଦାବିରୁ ୭ ଟି ଦାବୀ କୁ ଷ୍ଟିଭେଡୋର ସଂସ୍ଥା ମାନେ ମାନି ନେଇଥିବା ବେଳେ ଅନ୍ୟ ଦୁଇଟି ବିଷୟରେ ଆଲୋଚନା ଜାରି ରହିଛି । ଶ୍ରମିକ ମାନଙ୍କ ବୃହତ୍ତର ସ୍ବାର୍ଥ ହାସଲ ଦିଗରେ ପାରାଦ୍ଵୀପ ପୋର୍ଟ ଓ୍ବାର୍କର୍ସ ୟୁନିୟନ ର ଏହି ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସଙ୍ଘ ର ସଭାପତି ବିଭୁପ୍ରସାଦ ତରାଇ ଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି ।