ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପ୍ରାଦେଶିକ ଓ କ୍ଷେତ୍ରୀୟ ଖୋ-ଖୋ ଓ ଭଲିବଲ ପ୍ରତିଯୋଗିତା ଆରମ୍ଭ
pragyansila bureau | 20 Jul 2025 | 5 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପ୍ରାଦେଶିକ ଓ କ୍ଷେତ୍ରୀୟ ଖୋ-ଖୋ ଓ ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଓଡ଼ିଶାର ୯୮୧ ଟି ବିଦ୍ୟାଳୟ ରୁ ବଛା ବଛା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଛନ୍ତି । ପିଲାମାନଙ୍କୁ ପାଠ ସହିତ ଜାତୀୟତା ଭାବ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କ୍ରୀଡା କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସବୁବେଳେ ପ୍ରୟାସ କରାଯାଉଥିବା ବେଳେ ଏଠାରୁ ବିଜୟୀ ଟିମ୍ ଆସନ୍ତା କାଲି କଲିକତା , କୋଚିଂ ଓ ଆଣ୍ଡାମାନ ଟିମ୍ ସହିତ ଖେଳିବେ । ଏହି ପ୍ରତିଯୋଗିତା ରେ ବିଜୟୀ ଟିମ୍ ଏବଂ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନେ ସର୍ବ ଭାରତୀୟ ସ୍ତରରେ ଖେଳିବା ପାଇଁ ଚୟନ ହେବେ । ଆଜିର ଏହି ପ୍ରତିଯୋଗିତା କୁ ପାରାଦ୍ଵୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ପାରାଦ୍ଵୀପ ଗୋପବନ୍ଧୁ କ୍ରିଡ଼ା ସଦନ ର ସଭାପତି ରବି ଦାସ , ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିର ସଂଯୋଜକ ସଞ୍ଜୟ କୁମାର ମିଶ୍ର, ଅଲ୍ ଓଡ଼ିଶା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓ ପାରାଦ୍ଵୀପ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡ଼ା ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
