Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କୁଜଙ୍ଗରେ ବିଜେଡି ପକ୍ଷରୁ ବିଶାଳ ରାଲି ଓ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

pragyansila bureau | 20 Jul 2025 | 4 min read | 7 views

କୁଜଙ୍ଗ ( ପି.ଏନ. ଏସ ) : ସରକାର କୁ ୧୩ ମାସ ପୁରିଛି, ମାତ୍ର ଏହି ୧୩ ମାସ ରେ ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିଗିଡି ଯାଇଛି। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ପରେ ବଳଙ୍ଗା ଠାରେ ଜଣେ ଯୁବତୀଙ୍କୁ ଟେକି ନେଇ କିରୋସିନି ଢାଳି ପୋଡି ଦେବା ଘଟଣା ହିଁ ଦର୍ଶାଉଛି ରାଜ୍ୟ ସରକାରଙ୍କ ବିଫଳତା ର କାହାଣୀ। ବାଲେଶ୍ୱର ଛାତ୍ରୀ ଜଣଙ୍କ ପ୍ରଶାସନ ଠାରୁ ରାଜନେତା ପର୍ଯ୍ୟନ୍ତ, ସମସ୍ତଙ୍କୁ ଅବଗତ କରାଇଥିଲେ। ମାତ୍ର କେହି ନଶୁଣିବାରୁ ଆଜି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ କୁଜଙ୍ଗ ବିଜେଡି ପକ୍ଷରୁ ଏକ ବିଶାଳ ରାଲି ରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଛି। କୁଜଙ୍ଗ ବିଜେଡି ସଭାପତି ଓ କାର୍ଯ୍ୟକାରୀ ସଭାପତି ଙ୍କ ନେତୃତ୍ବରେ ଏକ ବିଶାଳ ରାଲି କୁଜଙ୍ଗ ବଜାର ପରିକ୍ରମା କରିବା ସହିତ, ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଜନସଚେତନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।