ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଆୟୋଜିତ କଲା ମନସା ଚାରିଟେବୁଲ ଟ୍ରଷ୍ଟ
pragyansila bureau | 20 Jul 2025 | 4 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନସା ଚାରିଟେବୁଲ ଟ୍ରଷ୍ଟ ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାରାଦ୍ଵୀପ ମହାବିଦ୍ୟାଳୟ ଓ ଏନସିସି ନାଭାଲ ଓ୍ବିଙ୍ଗ ର ମିଳିତ ସହେଯାଗରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ବନ୍ଦରର ଚିଫ୍ ଇଂଜିନିୟର ହିମାଂଶୁ ଶେଖର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମନସା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର, ଏନସିସି ନାଭାଲ ଉଇଙ୍ଗର କମାଣ୍ଡିଙ୍ଗ ଅଫିସର ଅକ୍ଷୟ ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ବନ୍ଦରରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ସଦସ୍ୟ, ଏନସିସି ଛାତ୍ର ଙ୍କ ସମେତ ସିଆଇଏସଫ୍ ର ଯବାନ ମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ । ଜଗତସିଂହପୁର ଜିଲ୍ଲା ରେଡକ୍ରସ ସହାୟତାରେ ଆୟୋଜିତ ଏହି ଶିବିରରୁ ୧୫୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ର ଆଶା ରଖାଯାଇଥିବା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।
