ପ୍ରସୂତି ମହିଳାଙ୍କ ମୃତ ଦେହ ରାସ୍ତାରେ ରଖି ପାରାଦ୍ଵୀପ ଜଗତସିଂହପୁର ମୁଖ୍ୟ ରାସ୍ତା ଅବରୋଧ ।
pragyansila bureau | 19 Jul 2025 | 4 min read | 7 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ପାଟେଣି ଗାଁ ଅଞ୍ଚଳର ସସ୍ମିତା ସ୍ବାଇଁ ମହିଳା ଚର୍ଚ୍ଚିକା ବଜାର ସାଇ ଶ୍ରଦ୍ଧା ନାମକ ଏକ ଘରୋଇ ନର୍ସିଂହୋମକୁ ଡେଲିଭରି ପାଇଁ ଆସିଥିବା ବେଳେ ଚିକିତ୍ସାରେ ଅବହେଳା ବେଳେ ମହିଳା ଜଣଙ୍କୁ କଟକ ରେଫର ହୋଇଥିଲା କିନ୍ତୁ ରେଫରର କାଗଜପତ୍ର ଠିକ୍ ନଥିବାରୁ କଟକରେ କୈାଣସି ନର୍ସିଂହୋମ ଗ୍ରହଣ କରିନଥିଲେ।ଫଳରେ ମହିଳା ଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ଦିନ ୩ ଟା ସମୟରେ ନର୍ସିଂହୋମ ସମ୍ମୁଖରେ ପ୍ରସୂତିଙ୍କ ମୃତ ଦେହ ରଖି ଜଗତସିଂହପୁର ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ମୃତକଙ୍କ ସମ୍ପର୍କିୟ ଓ ଗ୍ରାମବାସୀ। ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସିଂହୋମ ମାଲିକଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିବ ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି। ଘଟଣା ସ୍ଥଳରେ ସଦର ପୋଲିସ ମୃତୟନ ରହିଛି |
