Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ରାଇରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ଶିବବିବାହ ଉତ୍ସବ ଅନୁଷ୍ଠିତ

Bureau report | 02 Jun 2025 | 7 min read | 18 views

ମୟୁରଭଞ୍ଜ ( ପି.ଏନ. ଏସ ) : ଆଜି ପବିତ୍ର ଶୀତଳ ଷଷ୍ଠୀ l ଓଡିଶାର କୋଣ ଅନୁକୋଣରେ ଶିବ ପାର୍ବତୀଙ୍କର ବିବାହ ସମ୍ପନ୍ନ ହେଉଅଛି l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ସମେତ ସମସ୍ତ ବ୍ଲକମାନଙ୍କରେ ଶିବ ପାର୍ବତୀ ବିବାହ ଉତ୍ସବ ପରିଲକ୍ଷିତ ହୋଇଥିଲା l ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅନ୍ତର୍ଗତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ଠାରେ ଶିବ ପାର୍ବତୀଙ୍କର ବିବାହ ମନ୍ଦିର କମିଟୀ ସଭାପତି ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ପରିଚାଳନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଇରଙ୍ଗପୁର ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ l ଯଥାରୀତିନୀତି ଅନୁଯାୟୀ ଯେପରି ବିବାହ ହୁଏ , ସେପରି ଶିବପାର୍ବତୀଙ୍କର ବିବାହ ହୋଇଥିଲା l ବର ପକ୍ଷରୁ ଦେବ ଶିବଙ୍କ କର୍ତ୍ତାକର୍ତ୍ତୀ ଭାବେ ତହସିଲଦାର ବିଶ୍ବନାଥ ବିଶ୍ବାଳ ଏବଂ ଧର୍ମପତ୍ନୀ ଓ କନ୍ଯା ପକ୍ଷରୁ ଦେବୀ ପାର୍ବତୀଙ୍କ କର୍ତ୍ତାକର୍ତ୍ତୀ ଭାବେ ରାଜସ୍ବ ପରିଦର୍ଶକ ନିହାର ରଂଜନ ପାତ୍ର ଏବଂ ଧର୍ମପତ୍ନୀ ପୂଜାକର୍ମକାଣ୍ଡରେ ଶିବବାବାଙ୍କ ଆସ୍ଥାନ ନିକଟରେ ଉପବେସନ କରିଥିଲେ l ବର ପକ୍ଷରୁ ବରଯାତ୍ରୀ ଦଳ ବାଜା, ତୂରୀ ଓ ଢୋଲକ ବଜାଇ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପହଞ୍ଚିଥିଲେ l କନ୍ଯାପକ୍ଷରୁ କନ୍ଯାପିତା ଆଦରରେ ପାଛୋଟି ଆଣିଥିଲେ l ଯଥା ବିଧି ଅନୁଯାୟୀ, ମୁଖ୍ଯ ପୂଜକ ପ୍ରସନ୍ନ ଷଡଙ୍ଗୀ ଏବଂ ମନ୍ଦିର ପୂଜକ ରବିନାରାୟଣ ହୋତାଙ୍କ ବେଦ ମନ୍ତ୍ର ଓ ଶାସ୍ତ୍ରରେ ମନ୍ଦିର ପରିସର ପରିକମ୍ପିତ ହୋଇଥିଲା l ହାତଗଣ୍ଠି, ଖଇପୁଡା ଓ ହୋମଯଜ୍ଞ ହୋଇଥିଲା l ପରିଶେଷରେ ଶିବ ପାର୍ବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ପରେ ବିବାହ ସମ୍ପନ୍ନ ହୋଇଥିଲା l ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ସଂନ୍ଧ୍ଯା ବେଳେ ଭଜନ ସଂନ୍ଧ୍ଯା ଆୟୋଜିତ ହୋଇଥିଲା l ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶିବପାର୍ବତୀଙ୍କର ବିବାହ ଓ ଭଜନ ସଂନ୍ଧ୍ଯା ଉପଭୋଗ କରିଥିଲେ l