Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦୀର୍ଘ ୧୧ବର୍ଷ ଧରି ନିଖୋଜ ଥିବା ସୁଦାମ ହେମ୍ବ୍ରମ ଘରକୁ ଫେରିଲେ ।

pragyansila bureau | 09 Dec 2025 | 8 min read | 17 views

ମୟୂରଭଞ୍ଜ ( ପି.ଏନ. ଏସ ) : ଦୀର୍ଘ 11 ବର୍ଷ ଧରି ନିଖୋଜ ଥିବା ବଡସାହି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ସୁଦାମ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ଓ ପ୍ରଶାସନ ସହାୟତାରେ ସୁରକ୍ଷିତ ଭାବେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରାଯାଇଛି । ଜିଲ୍ଲା ପୁଲିସ୍, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଦୂତାବାସ ତଥା ବାଂଲାଦେଶ ଦୂତାବାସର ସାମୁହିକ ଉଦ୍ୟମ ଯୋଗୁଁ ନିଖୋଜ ଥିବା ସୁଦାମ ହେମ୍ବ୍ରମ ସୁରକ୍ଷିତ ଭାବେ ତାଙ୍କ ପରିବାର ସହ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ବାସିନ୍ଦା ସ୍ୱର୍ଗତ କିଶୋର ହେମ୍ବ୍ରମଙ୍କ ପୁତ୍ର ସୁଦାମ ଗତ 2014 ମସିହାଠାରୁ ନିଖୋଜ ହୋଇଯାଇଥିଲେ। ସେ ଭାରତ–ବାଂଲାଦେଶ ସୀମା ଅତିକ୍ରମ କରି ଚାପାଇ ନବାବଗଞ୍ଜ ଅଞ୍ଚଳରେ ପହଞ୍ଚିଥିଲେ ।

ଗତ 28.10.2025 ତାରିଖରେ ଭାରତୀୟ ଦୂତାବାସ ତଥା ବାଂଲାଦେଶ ଦୁତାବାସ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ପୋଲିସକୁ ସୁଦାମଙ୍କ ସମ୍ପର୍କରେ ସୂଚନା ହସ୍ତଗତ ହୋଇଥିଲା ।

ବାଂଲାଦେଶ ଦୁତାବାସ, ଢାକାଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ସୁଦାମ ହେମ୍ବ୍ରମଙ୍କ ପରିଚୟ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲା । ପରେ ଜିଲ୍ଲା ପୁଲିସ୍ ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ୍ ଗଠନ କରାଯାଇ ସୁଦାମଙ୍କୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ସମସ୍ତ ପ୍ରକିୟା ଆରମ୍ଭ କରିଥିଲେ ।

ସେହି ଅନୁଯାୟୀ, ଗତ 06.12.2025 ତାରିଖରେ ମୟୂରଭଞ୍ଜ ଜିଲ୍ଲା ପୁଲିସ୍, ଜିଲ୍ଲା ପ୍ରଶାସନ ଏବଂ ସୁଦାମଙ୍କ ପରିବାର ସଦସ୍ୟଙ୍କ ସମେତ ଏକ ଟିମ୍‌ ପଶ୍ଚିମବଙ୍ଗର ହରିଦାସପୁର / ବେନାପୋଲେ ଲ୍ୟାଣ୍ଡ ଚେକ୍ ପୋଷ୍ଟକୁ ଗସ୍ତ କରିଥିଲେ। ସେଠାରେ ସମସ୍ତ ସରକାରୀ ଓ ସୀମା ସମ୍ବନ୍ଧୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଆଜି ବାଂଲାଦେଶ କର୍ତ୍ତୃପକ୍ଷ ସୁଦାମଙ୍କୁ ହସ୍ତାନ୍ତର କରିଥିଲେ । ପରିବାରବର୍ଗ ଦୀର୍ଘ ୧୧ ବର୍ଷ ପରେ ପୁଅକୁ ପାଇ ଜିଲ୍ଲା ପୋଲିସ ଓ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।