Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

pragyansila bureau | 11 Jul 2025 | 7 min read | 8 views

ଭବାନୀପାଟଣା ( ପି.ଏନ. ଏସ ) : ସ୍ବାଧୀନତା କୁ ୭୮ ବର୍ଷ ପୁରିଲା ପରେ ବି ସୁଧିରି ପାରିନାହିଁ ଗ୍ରାମାଞ୍ଚଳର ଦୂର୍ଦଶା । ଲୋକେ ମୋବାଇଲ ରେ ୫ଜି ବ୍ୟବହାର କରୁଛନ୍ତି, ହେଲେ ଗାଁ ରୁ ମେଡିକାଲ ଯିବା ପାଇଁ ନାହିଁ ରାସ୍ତା । ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି l ହେଲେ ଏବେ ବି ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଯାତାୟାତ ପାଇଁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ l ଯାହାକୁ ନେଇ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡୁଛି ନାହିଁ ନଥିବା ଦୁର୍ଦ୍ଦଶା। ସ୍ବାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସାଂଘାତିକ ହୋଇପଡୁଛି। ଗାଁକୁ ଆମ୍ବୁଲାନ୍ସ ଟିଏ ପଶି ପାରୁନାହିଁ , ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗୁରୁତର ରୋଗୀ ତଥା ଗର୍ଭବତୀ ମହିଳା। ଏଭଳି ଏକ ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇ ପାଟଣା ପଞ୍ଚାୟତ ର କଡରୁସୋରୁ ଗାଁରେ। ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀ ସକାଳେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲା। ହେଲେ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ଅଧବାଟ କମଳେଇ ଗାଁ ନିକଟରେ ଅଟକି ରହିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢିପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ପ୍ରାୟ ୪ କିଲୋମିଟର ଗର୍ଭବତୀ ଙ୍କୁ ଖଟିଆରେ ବୋହିଲା ପରେ କମଲେଇ ଗାଁରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ସେହିଠାରୁ ଆମ୍ବୁଲାନ୍ସ ଯୋଗ ଗର୍ଭବତୀ ମହିଳାଙ୍କୁ ଲାଞ୍ଜିଗଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ଏହି ବିକଳ ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ରାଜନୈତିକ ଓ ପ୍ରଶାସନିକ ଅବହେଳା ର ଶିକାର ହେଉଥିବା ଏହି ଗ୍ରାମବାସୀଙ୍କ ଦୁଃଖ କେବେ ସମାଧାନ ହେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।